STORYMIRROR

ସୁଭଦ୍ରା ସିଂହ

Drama Classics Fantasy

4  

ସୁଭଦ୍ରା ସିଂହ

Drama Classics Fantasy

ଜନ୍ମଦିନ

ଜନ୍ମଦିନ

2 mins
399

ଚାହୁଁ ଚାହୁଁ ପ୍ରିୟ         ବିତିଗଲା ପ୍ରାୟ 

            ଛବିଶ ଅମାର ନିଶା, 

ଜିଇଁଗଲି ମୁହିଁ           କେତେ ଯେ ଫଗୁଣ 

           କେତେ ବସନ୍ତ ଓ ବର୍ଷା। 


ବିତିଗଲା ଯେହୁଁ       ସମୟ ବାଆ ଯେ

           ନାନାଦି ରଙ୍ଗର ସ୍ପର୍ଶେ ,

କେତେ ଇନ୍ଦୀବର      ଛୁଇଁଗଲେ ପୁଣି 

        ପୁନେଇଁ ଜ୍ୟୋତ୍ସ୍ନାର ବର୍ଷେ ।


ବହୁ ଆଶୀର୍ବାଦ       ପରାଭାବ କେତେ 

         ମିଳିଛି ଏ କର୍ମ ପଥେ, 

ସୁଖର ସ୍ମାରକ         ଦୁଃଖର ଚିତ୍କାର 

      ସାଥେ ନେଇ ଆଗେ ବଢେ।


ସିନେହ ପରଶ       ଘୃଣା ରୂପେ ଶାପ

      ହାତେ ମାପି ପାଦ ଥାମେ 

ଅଧରେ ହସକୁ        ହୃଦରେ ଧୈର୍ଯ୍ୟ କୁ 

       ରଖି କରି କର୍ମ କରେ। 


ମଧୁର ବଚନ           ସୁସ୍ଥ ଆଚରଣ 

       ସାରଥୀ ଅଟନ୍ତି ମୋର ,

ସୁଚିନ୍ତିତ ଚିତ୍ତ         ଶ୍ରମେ କର୍ମରତ 

     ମୋ ସମ୍ପର୍କ କରେ ସୁନ୍ଦର। 


ଏହା ଏ ଜନ୍ମର        ଅନୁଭୂତି ମାନ

       ବର୍ଷନ୍ତି ଆଶିଷ ରୂପେ, 

ଜୀବନ ଯୌବନ       ପୂଣ୍ୟ ଫଳ ସମ

      ଗ୍ରହଣ କଲି ମୁଁ ତୃପ୍ତେ। 


ଆଶା ନାହିଁ ମୋର       ପାର୍ଥିବ ଶୃଙ୍ଗାର 

        ଯାହା ମାୟାଜାଲ ତୁଲ ,

କାମନା ଠୁଁ ବଳି        ପାଇଛି ଯାହା ମୁଁ 

        ଏ ଜନ୍ମେ ସନ୍ତୋଷ ମୋର। 


ହେ ନୀଳାଚଳିଆ      ଦେଉଥାଅ ମୋତେ 

       ତୁମ କର୍ତ୍ତବ୍ୟରୁ କିଞ୍ଚେ 

ତୁମରି ଆଶିଷେ        ପୂର୍ଣ୍ଣ କରୁଥିବି

       ଦାୟିତ୍ବ ସଭିଙ୍କୁ ମୁଁ ଯେ। 


ଏହା ହିଁ ଗୁହାରି        କରୁଛି ତୁମଠି 

      ମନେ ତିଳେ ଭାଳି ହେବ, 

ଯଦି ଭାବୁଥିବେ        ଯୋଗ୍ୟ କର୍ମୀ ମୋତେ 

       ତେବେ ଦାୟିତ୍ବ ବାଢିବ। 


ନାହିଁ ଆଉ ମୋର      ଆନ କିଛି ଲୋଡା 

         ତୁମ ନାମ ଧରୁଥିବି

ଏହି ପ୍ରାର୍ଥନାକୁ        ରଖ ମହାବାହୁ 

        ତୁମ ଆଜ୍ଞେ ଚାଲୁଥିବି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama