ଜ୍ଜ୍ବାଳା ହୃଦୟର
ଜ୍ଜ୍ବାଳା ହୃଦୟର
ପଡିଯାଏ ଯେବେ ତୁମ କଥା ମନେ
ହୃଦୟ ଲାଗଇ ଭାରି
ଛାତିରେ ପଥର ଲଦି ହୋଇଯାଏ
ଶେଯ ଲାଗେ କଣ୍ଟା ପରି ।
ଲାଗଇ ହାଲୁକା ଥିଲେ ତୁମେ ପାଶେ
ମନ ସଜଫୁଟା ଫୁଲ
କାହିଁକି ଉଦବେଳେ ହୃଦୟେ ଉଦବେଗ
ତୁମ ଠାରୁ ହେଲେ ଦୂର ।
ଗୁଞ୍ଜେ କାନ ପାଶେ ତୁମ କଣ୍ଠ ସ୍ବର
ଛାୟା ପ୍ରାୟେ ଦିଶେ ରୂପ
ଲାଗେ ସନ୍ନିଧାନେ ଜାଗରଣ ସ୍ବପ୍ନେ
ଘାରେ ହୃଦେ ଭ୍ରମ ଚାପ ।
ଗରଜଇ ହୃଦ କଳାମେଘ ସମ
ବରଷଣ ଅଭିପ୍ରାୟେ
ଉଦାସଇ ପ୍ରାଣ ଅଳୀକ ସ୍ବପନେ
ସୁଖ ମୃଗତୃଷ୍ଣା ପ୍ରାୟେ ।
ଲୋଡା ଓ ଅଲୋଡା ସବୁ ସୁଖଦୁଃଖ
ମନଛୁଆଁ ପ୍ରେମବାର୍ତ୍ତା
ଲାଗୁ ପଛେ ଯେତେ ସମୟ ନିଶ୍ଚିତ
କହିବି ଦେଉଛି କଥା ।
ମିଳନ ମଧୁର ସୁଖଦ ମୂହୁର୍ତ୍ତ
ପ୍ରୀତି ପୂର୍ଣ୍ଣ ସମ୍ଭାଷଣ
ଜ୍ଜ୍ବାଳା ବିରହକୁ କରେ ସୁଶୀତଳ
ଉପଶମେ ରାମବାଣ ।