STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ଜିଜ୍ଞାସା

ଜିଜ୍ଞାସା

1 min
182

କାଳ ବୈଶାଖୀର ତାଣ୍ଡବ ଲୀଳା

ପବନର ବେଗ ଅତି ତୀବ୍ର

ତାଳ ଗଛରେ ଦୋହଲୁଛି

ବାଇ ଚଢ଼େଇର ବସା

ବସା ଭିତରେ ଶିଶୁ ଶାବକ ଟିଏ

ତା ମାଆକୁ ଭିଡ଼ି ଧରି ପଚାରୁଛି

ମାଆ ଲୋ,,! ଏବେ ଏ ବସା ରହିବତ

ଭୟ ଲାଗୁଛି ଲୋ ମାଆ

ମାଆ ନିଜ ଥଂଟରେ ଗେଲ କରି

ନିଜ ପାଖକୁ ଭିଡ଼ି ଆଣି ସଧୀରେ

ଆଶ୍ଵାସନା ଦେଇ କହିଲା

ନାଇଁରେ, ଏହି ଖଞ୍ଜା ଏବେ ଅଛି

ଆଉ କିଛି କ୍ଷଣ ପରେ ଥମି ଯିବ ଆପେ ଆପେ,

ଭୟ କରିବାର ନାହିଁ

ଆମ ବସା ବାଇ ଚଢେଇର ବସା

ବା ବତାସକୁ ଖାତିର ନକରି

ଏପଟ ସେପଟ ଦୋହଲୁ ଥାଏ

ଝଡ଼ ଚାଲିଯିବ ଝଡ଼ର ବାଟରେ

ଶାନ୍ତ ହୋଇବ ପ୍ରକୃତି, ଆକାଶ ଛାତି ଉପରୁ ହଟିଯିବ ଘନଘଟାର ବାଦଲ

ଆମ ବସା ସେମିତି ଝୁଲୁ ଥିବରେ

ଆମେ ପରା ବଡ ବିଚିତ୍ର ବିନ୍ଧାଣୀ

ଆମର ସାହା ଭରସା ସେଇ ସୃଷ୍ଟିକର୍ତ୍ତା

ଜମାରୁ ଡରିବୁ ନାହିଁ

ପ୍ରକୃତି ସହ ତାଳମେଳ ରଖି ଚାଲିବାକୁ

ଶିଖିବାକୁ ହେବ

ଏ ଥିଲା ଶିଶୁ ଶାବକ ଜିଜ୍ଞାସା ପ୍ରତି

ତା ମାଆର ମମତା ଭରା ଉତ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action