STORYMIRROR

DEEPAK KUMAR PATRA

Abstract Fantasy Others

4  

DEEPAK KUMAR PATRA

Abstract Fantasy Others

ଜୀବନର କିଛି ପୃଷ୍ଠା

ଜୀବନର କିଛି ପୃଷ୍ଠା

1 min
227


ଏଇ ମୋର ଗତିଶୀଳ ଜୀବନର

ତେଲ,ଲୁଣ ଦୁନିଆଁ ର୍

ହିସାବ ଖାତାର

ସଫେଦ ପୃଷ୍ଠାରେ

ବେହିସାବୀ ରୂପେ ଝରିପଡ଼େ

ଅହରହ ସୁଖ ଦୁଃଖର ରେଣୁ 

ନୀରସ,ପ୍ରଶାନ୍ତ ଭାବରେ ।


ଦୁଃଖର ସମାନ୍ୟ ଛିଟାଟିଏ

ଯେତେବେଳେ ଅବତରଣ କରେ 

ମୋର ଅଶରୀରକୁ ପ୍ଲାବିତ କରି

ସେତେବେଳେ ଚହଟି ଉଠେ,

ବସ୍ନାୟିତ ହୁଏ କେଉଁ ଏକ 

ଅଜଣା ଆଶାର ଫୁଆର ଆଉ

ଟାଣିନିଏ ଆଗକୁ ଯିବାର ରଜ୍ଜୁ ଦେଇ

ଦୁନିଆଁ ର ପଥକୁ।



Rate this content
Log in

Similar oriya poem from Abstract