Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Drama Inspirational Others

3  

Chinmaya Nayak

Drama Inspirational Others

ଜୀବନର ଚଲାପଥେ ଅନନ୍ତକାଳ

ଜୀବନର ଚଲାପଥେ ଅନନ୍ତକାଳ

1 min
132


  ଜୀବନ ନୁହେଁ ଏକ ଅଟକି ଯିବା ସ୍ଥାନ

   ରାସ୍ତାରେ ଗଢ଼ା ହୁଏ ବିଶ୍ରାମ ଗୃହ,

      ମଧୁର ଅନନ୍ତତା ପାଇଁ.,

  କ'ଣ ହେବ ସେଥିରେ ଆମ ବିରାମ ?


     ଜୀବନଟା ଏକ ପଥ ହେଲେ

       ଆମେ ସବୁ ବାଟୋଇ., 

    ରାସ୍ତାର ଆରମ୍ଭ ଏନ୍ତୁଡିଶାଳରୁ

      ଶେଷ ହୁଏ ମୃତ୍ୟୁ ହୋଇ l


   ଆମ ସମସ୍ତଙ୍କ ଭିନ୍ନ ଭିନ୍ନ ଯାତ୍ରା ଅଛି

     କେତେ ସ୍ମୃତି ଓ ବିସ୍ମୃତି ସବୁ.,

  ଶିଖିବା ପାଇଁ ଉଦ୍ଦିଷ୍ଟ ଆମେ ସମସ୍ତେ କିଛି

   କିନ୍ତୁ କେବେ ଇଚ୍ଛା କରନାହିଁ ରହିବାକୁ l


    ଆମର ଗନ୍ତବ୍ୟ ସ୍ଥଳ ରହିଛି ସାଇତି

       ମନର ଶାମୁକା ଭିତରେ, 

      ଯାହା ଜାଣିବା ଠାରୁ ବହୁତ., 

       କିଛି ଯାତ୍ରା ପାଇଁ ଶୀଘ୍ର 

     ଆଉ କେତେକଙ୍କ ପାଇଁ ଧୀରେ l 


       ତଥାପି ଚାଲିଛି ଚାଲିଥିବ 

       ଏ ଜୀବନ ଚଲାପଥରେ, 

    ମାଟି, ଗୁଡ଼ି ସବୁ ଚାପି ହୋଇଯିବ

        ଏଇ ମଣିଷ ପାଦରେ l 


      ଲାଘବ ହେବ ଜୀବନ ପଥେ 

        ଯେତେକ ଦୁଃଖ କଷ୍ଟ, 

      ପ୍ରଭୂଙ୍କ କୃପା ଅପାର ଆମକୁ 

    ଅନନ୍ତ ଶାନ୍ତି ମିଳିବ ଏକଥା ଅଛି ସ୍ପଷ୍ଟ l


   


Rate this content
Log in

Similar oriya poem from Drama