Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Abstract Inspirational

4.0  

Baman Chandra Dixit

Abstract Inspirational

ଜୀବନକୁ ଭଲ ପାଉଛି

ଜୀବନକୁ ଭଲ ପାଉଛି

1 min
140


ମରଣକୁ ଦେଇ ବରଣ ମାଳ 

ମୁଁ ଜୀବନ କୁ ଭଲ ପାଉଛି

ଆୟୁଷ କୁ ଆଜି ପଚାରି ଦେଖେ ମୁଁ

କେତେ ବଞ୍ଚୁଛି ଅବା ମରୁଛି।

ମୁଁ ଜୀବନକୁ ଭଲ ପାଉଛି।।


ସଡକ ସେପଟ ଆବୁଡ଼ା ଖାବୁଡ଼ା

ଏପଟରେ କଣ୍ଟା ବୁଦାକୁ ବୁଦା

ଖସଡ଼ା ବାଟ କୁ ଅଦିନିଆଁ ମେଘ

ପାଦ ଚିପି ଚିପି ଯାଉଛି।

ମୁଁ ଜୀବନକୁ ଭଲ ପାଉଛି।।


ଅନେକ ଦିନର ଉଜୁଡ଼ା ସପନ

ନିଦୁଆ ଆଖିର ପଲକ ତଳୁ

କୁଞ୍ଚା ଚାଦରକୁ ମୁହଁରେ ଘୋଡେଇ

ଶୋଇବାକୁ ଭାବି ଚେଉଁଛି

ମୁଁ ଜୀବନକୁ ଭଲ ପାଉଛି।।


ଥୁଣ୍ଟା ବରଗଛ ଦୁଇ ଖଣ୍ଡ ଶାଖା

ତଥାପି ଖିଙ୍କାରୀ ଖରାକୁ

ଯେତିକି ପାରୁଛି ମରିବା ପରେ ବି

କଙ୍କାଳ ମୋ ଛାଇ ଦେଉଛି

ମୁଁ ଜୀବନକୁ ଭଲ ପାଉଛି।।


ଡହଡହ ନିଆଁ ଲିଭିବା ଆଗରୁ

ପାଣି ଛାଟି ଦେଲେ ଅଙ୍ଗାର

ଅଙ୍ଗେ ଅଙ୍ଗେ ବାକି ଇନ୍ଧନ ସାଇତି

ପାଉଁଶ ଉଡ଼େଇ ଦେଉଛି

ମୁଁ ଜୀବନକୁ ଭଲ ପାଉଛି।।


ସେପଟୁ ମରଣ ଡାକେ ହାତ ଠାରି

ଏପଟୁ ଜୀବନ ଓଟାରି

ଦି ଦିନିଆଁ  ଏ ପୀରତି ମହୁଲୀ

ଅଳପ ଅଳପ ପିଉଛି

ମୁଁ ଜୀବନକୁ ଭଲ ପାଉଛି।।


Rate this content
Log in

Similar oriya poem from Abstract