STORYMIRROR

RAJANIKANT CHOUDHURY

Tragedy

4  

RAJANIKANT CHOUDHURY

Tragedy

ଜୀବନ ଟା ସଞ୍ଜ ସଳିତା

ଜୀବନ ଟା ସଞ୍ଜ ସଳିତା

1 min
368

ଜିତିକି ହାରିବା କୁ ହୁଏ

ଅନ୍ୟ ପାଇଁ ଯେ ଏଠି,

ବଞ୍ଚିକି ମରିବାକୁ ହୁଏ

 ନିଜ ସ୍ବାର୍ଥ କୁ ବାଣ୍ଟି।।

ଜୀବନ ଟା ସଞ୍ଜ ସଳିତା

 ଜଳିକି ଲିଭି ଯାଏ,

ସବୁ କରିକି ଅନ୍ୟ ପାଇଁ

  ନିଜକୁ ଭୁଲି ଯାଏ।।

ସୁଖବେଳେ ଅନେକ ସାଥୀ

 ଦୁଃଖେ ନାହିଁ ଯେ କେହି,

ମିଛଟାରେ କରେ ସମ୍ପର୍କ

  ଭାଇଟା ବୋଲି କହି ।।

ରାତି ପାହିଲା ଦିନ ହେଲା

  ବୟସ ଗଲା ସରି,

କେତେ କାନ୍ଦିବ ମନ ଏଠି

 ଶରୀର ହେବ ମାଟି।।

ଏନ୍ତୁଡ଼ି ସାଳରୁ ଜନମ

 ଜୁଇରେ ସେ ସରିବ,

ଜୀବନ ଯାକର କି ଦୁଃଖ

 ଚକା ଆଖି କହିବ।।



Rate this content
Log in

Similar oriya poem from Tragedy