Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Romance

3  

SAHITYA TARJUMAN

Romance

ଜୀବନ ସଙ୍ଗିନୀ

ଜୀବନ ସଙ୍ଗିନୀ

1 min
232



ତୋ ନୟନ, ହେଲା ଦର୍ପଣ, ପାଲଟି ଗଲି ଛବି, 

ଲେଖି କବିତା, ଗାଇଲି ଯେବେ, ଲୋକେ କହିଲେ କବି !


ଭାବୁଥିଲି ମୁଁ, ଆସିଛି ଏକା, ସଂସାର ଜୟ ପାଇଁ, 

ତୋତେ ପାଇଲି, ଲାଗୁଛି ଡର, ବିରହ କଥା ଭାବି !


ଭଲ ଲାଗୁଛି, ମାୟା ଜାଲରେ, ଛନ୍ଦି ହେବାକୁ ଏବେ, 

ସଭ୍ୟ ସମାଜ, ଗଢ଼ି ଥିବାର, କରି ପାରୁଛି ଦାବି !


ନରକୁ ନାରୀ, ସଭ୍ୟ ରଖୁଛି, ଏକଥା ସତ ମଣି, 

ସଂସାର ମୋର, ହାତରେ ତୋର, ଦେଲି ଜୀବନ ଚାବି !


ଅନ୍ନପୂର୍ଣ୍ଣା ତୁ, ସେବାର ରୂପ, ତ୍ୟାଗର ପ୍ରତିମୂର୍ତ୍ତି, 

ତୋତେ ପାଇ ମୁଁ, ହୋଇଛି ଧନ୍ୟ, କହୁଛି କହୁଥିବି !



Rate this content
Log in

Similar oriya poem from Romance