ଜୀବନ ପିଆଲା
ଜୀବନ ପିଆଲା
ଜୀବନ ପିଆଲାରେ କେତେ ବୋଝ
କେବେ ଖସେ ସାରା ଆକାଶ
ଜୀବନ ପିଆଲାରେ ଅନେକ ଝଡ଼
ଉମ୍ହେଇରୁ ଜୁଇ ଯାଏ ପାଉଁଶ ।
ଜୀବନ ପିଆଲାରେ କେବେ କୁହୁ ମହୁ
ଆଣିଆସେ ଯେବେ ପଳାଶ
କୃଷ୍ଣଚୁଡା ଅପରାହ୍ନେ ସାୟାହ୍ନରେ ଡାକେ
ପାଇଯା ବିଭୁ ପାଦ ପରଶ ।
ଜୀବନ ପିଆଲା ଇଡି ଯାଇଥାଏ ଯେବେ
ଅଳ୍ପ ଥାଏ ବାକି ଆୟୁଷ
ଜୀବନ ପିଆଲା ଦର୍ପଣ ପରି ଅନ୍ଧ ଦେଶେ
ଵିକେ ବିକାଶର ପିୟୁଷ ।
ଜୀବନ ପିଆଲା ଝଙ୍କାରେ ଝଙ୍କୁରିତ
ଦୋହଲି ଯାଏ ମଣିଷ
ଚିତ୍ର ଚିତ୍ରକର ଯାଦୁ ଯାଦୁଗର ସ୍ବପ୍ନ ଦେଖେ
ସୁନେଲି ସକାଳର ପିଆଲା ସ୍ପର୍ଶ ।
ପିଆଲା କେବେ ମହୁ୍ଝର କେବେ ବାଲିଝର
ମଣିଷ ମାରୁଛି ନିଶ୍ୱାସ
ଜୀବନ ପିଆଲା ଭାରା ଭରି ଭାରି ଲାଗେ
ଟିକିଏ ଛୁଆଁ ଦିଏ କେବେ ଯେବେ ହସ ।
ଓଠରେ ପିଆଲା ଶୋଷି ଯାଏ ଜୀବନ ନିର୍ଯ୍ୟାସ
ଥାଏ ହରି ସାଥେ ହରଙ୍କ ବିଶ୍ୱାସ
ଜୀବନ ପିଆଲା ସୁନା ରୁପା ହୀରା ମୋତି
ମାଗେନା ପୁରିଲେ ସମୟ ସାଥେ ବୟସ ।
