STORYMIRROR

Mr.Siddheswar Behera

Children

4.2  

Mr.Siddheswar Behera

Children

ଜୀବନ ମୂଲ୍ୟ

ଜୀବନ ମୂଲ୍ୟ

1 min
66


ଜୀବନ ଜିଇଁବା ବେକାର ହୁଏ 

ଅନ୍ୟର ଉପକାର ବିନା ।

ଅନ୍ୟ ପାଇଁ ଯେ ଜୀବନ ଦିଏ 

ସେ ହିଁ ମଣିଷରେ ଗଣା ।।


ସାହାସ ନ ଥିଲେ ଆସେ ନାହିଁ କାମ

ଥାଉ ଯେତେ ଅସ୍ତ୍ର ଶସ୍ତ୍ର ।

ସବୁ ଥାଇ ଶତୃ ଠାରୁ ପରାଜିତ ହୁଏ 

ହୁଏ ପ୍ରହସନର ପାତ୍ର ।। 


ରୂପ ଯୌବନ କ୍ଷଣିକ ପାଇଁ 

ଗୁଣ ବିନା ମୂଲ୍ୟହୀନ ।

ବିନମ୍ରତା ନ ଥିଲ

େ ବିଦ୍ୟା ମୂଲ୍ୟହୀନ 

ବିଦ୍ବାନ ମୂର୍ଖ ସମାନ ।।


ଥାଉ ଯେତେ ଧନ ସବୁ ମୂଲ୍ୟହୀନ 

ନ ଲାଗିଲେ କାହା କାର୍ଯ୍ୟରେ । 

ଧନ ଥାଇ ସେ ଗରିବ ବୋଲନ୍ତି 

ଖର୍ଚ୍ଚ ହୁଏ ସବୁ ଅଯଥାରେ।। 


ଭୋକ ନଥିଲେ ଖାଦ୍ୟ ମୂଲ୍ୟହୀନ 

ଶୋଷ ନଥିଲେ ପାଣି। 

ଠିକଣା ସମୟରେ ଉତ୍ତର ନ ଦେଲେ 

କି ଲାଭ ସବୁ ଜାଣି।। 



Rate this content
Log in

Similar oriya poem from Children