ଝୁଲି ଝୁଲି ଆସୁଛନ୍ତି କୁଞ୍ଜବିହାରୀ
ଝୁଲି ଝୁଲି ଆସୁଛନ୍ତି କୁଞ୍ଜବିହାରୀ
ଝୁଲି ଝୁଲି ଝୁଲି ଝୁଲି
ଆସୁଛନ୍ତି ଦେଖ
କୁଞ୍ଜବିହାରୀ
ଖିଲି ଖିଲି ଖିଲି ଖିଲି
ହସୁଛନ୍ତି ଦେଖ
ପ୍ରଭୁ ଶ୍ରୀହରି
ଦୋଳ ବିମାନରେ ବସି ଆସୁଛନ୍ତି ରାଜା
ମଉଜେ ନାଚନ୍ତି ଦେଖ ବିଭୋର ପରଜା।
ଘଣ୍ଟ ତାଳ ମୃଦୁଙ୍ଗରେ ଦୁଲୁକୁଛି ଗାଆଁ
ଚର୍ତୁଦିଗେ ଗୁଞ୍ଜରୁଛି ସେଇ ଏକ ନାଆଁ।
ହରିବୋଲ ଦିଅ ସବୁ ତାଙ୍କୁ ସୁମରି
ବୁଲି ବୁଲି ବୁଲି ବୁଲି
ଚାହୁଁଛନ୍ତି ଦେଖ
ଭବ ନାଉରି
ହଲି ହଲି ହଲି ହଲି
ନାଚୁଛନ୍ତି ଦେଖ
ବିଶ୍ବବିହାରି
ସାଙ୍ଗରେ ରାଧିକା ରାଣୀ ବିରାଜିତ ରଥେ
କୁଳ ଭାଇ କୁଟୁମ୍ବ ବି ଯାଉଛନ୍ତି ସାଥେ।
ଫଗୁଣର ଫଗୁ ଆଜି ଆକାଶଟା ସାରା
ଖୋଲିଛନ୍ତି ସର୍ବେ ନିଜ ରଙ୍ଗର ପସରା।
ଦୀପର ଆଲୋକେ ରାତି ଲାଗେ ଦିବସ ପରି
ଝିଲି ମିଲି ଝିଲି ମିଲି
ଝଲସୁଛି ଦେଖ
ରଥ ତାଙ୍କରି
ବୋଲି ବୋଲି ବୋଲି ବୋଲି
ଯାଉଛନ୍ତି ଦେଖ
ନାମ ତାଙ୍କରି
ବୁଲୁଛି ଚାମର ବୁଲେ ଛତରି ତରାସ
ଚତୁଃସମ ମହକରେ ବାସେ ପରିବେଶ।
ନିଳା ନାଟିକାର ଛନ୍ଦେ ନାଚୁଛନ୍ତି ସବୁ
ମନୋହର ବେଶ ଘେନି ଆସୁଛନ୍ତି ପ୍ରଭୁ।
ଭକ୍ତିଭାବ ପ୍ରତି ପ୍ରାଣେ ଯାଏ ସଞ୍ଚରି
ଝୁଲି ଝୁଲି ଝୁଲି ଝୁଲି
ଆସୁଛନ୍ତି ଦେଖ
କୁଞ୍ଜବିହାରୀ
ଖିଲି ଖିଲି ଖିଲି ଖିଲି
ହସୁଛନ୍ତି ଦେଖ
ପ୍ରଭୁ ଶ୍ରୀହରି
ଜୟ ରାଧାକୃଷ୍ଣ
ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ। ମତାମତ ରୂପକ ଆର୍ଶୀବାଦ ନିହାତି ଦେବେ।