Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Drama

3  

Jagannath Das

Drama

ଆମ ବିଦ୍ୟାଳୟ ସ୍ମୃତି

ଆମ ବିଦ୍ୟାଳୟ ସ୍ମୃତି

1 min
139



ଆମେ ଗଢିଛୁ ବିଦ୍ୟା ଲୟ

ନାହିଁ ଆମର ସ୍ୱାର୍ଥ

ବିଦ୍ୟା ଓ ଜ୍ଞାନ ବିତରୁ ଅଛୁ

ଅସଫଳ ଏଠି ବ୍ୟର୍ଥ ।


ନୂଆ ବିଦ୍ୟାଲୟେ ସବୁ ଶିକ୍ଷକ

ନିସ୍ଵାର୍ଥ ତାଙ୍କର କାମ

କରନ୍ତି ଛାତ୍ର ର ଉପକାର ଯେ

ମାନି ନିୟମ ଧର୍ମ ।


ପରିଶ୍ରମ ରେ ବିଶ୍ୱାସ କରି

ପଡ଼ିଅଛୁ ଦୀର୍ଘ ବର୍ଷ

ଲାଞ୍ଚ ପେଞ୍ଚ ସବୁ ଦେଇ ସାରିକରି

ବସିଛୁ ହୋଇ ବିରସ ।


କିଛି ନ ଭାବି ଛାତ୍ର ମାନଙ୍କୁ

ଶିଖାଉ ସଦଜ୍ଞାନ

ବିନା ମୂଲ୍ୟ ରେ ପଢାଉ ଅଛୁଁ

ନାହିଁ ତ ଅଭିମାନ ।


ବିଦ୍ୟାଳୟ ରେ ପର ଆପଣା

ନାହିଁତ ଭେଦ ଭାବ

ପରୋପକାର ବୈକୁଣ୍ଠ ପୁର

ଶିକ୍ଷକ ଦିଏ ଏ ଭାବ ।


ମିଳିମିଶି ଆଜି ଆଗେଇ ନେଇଛୁ

ସବୁ କର୍ମଚାରୀ ଗଣ

ଛାତ୍ର ଛାତ୍ରୀ ବି ଆଗଉ ଛନ୍ତି ଯେ 

ହର୍ଷିତ ତାଙ୍କର ମନ ମ


ଏହି ବିଦ୍ୟାଳୟ ଆମ ପାଇଁ ଅଟେ

ମହାନ -ସ୍ମୃତି ମନ୍ଦିର

ଆସ ହେ ସରବେ ପାଳିବା ଗରବେ

ଛାତ୍ର ଛାତ୍ରୀ ସବୁ ଆମର ।


ସ୍ଵର୍ଣ ଜୟନ୍ତୀ ଅବସର ରେ

ଶପଥ ନବା ଆମ୍ଭେ 

ଆମେ ଚାଲିବା ଠିକ ମାର୍ଗ ରେ

ଛାତ୍ର ରହିବେ ଦମ୍ଭେ ।



Rate this content
Log in

Similar oriya poem from Drama