STORYMIRROR

Aishwarya Mishra

Romance Tragedy

3  

Aishwarya Mishra

Romance Tragedy

ଜହରରେ ଜୁଡୁବୁଡୁ ଜହ୍ନ

ଜହରରେ ଜୁଡୁବୁଡୁ ଜହ୍ନ

1 min
347


ରାତି ଆକଶର ମଲା ଜହ୍ନ ଟିଏ

ନାହିଁ ତା' ଆକଶେ

ପୂର୍ଣ୍ଣମୀର ପୂର୍ଣ୍ଣତା

ତାରା ମଣ୍ଡଳର ଶୁଭ୍ରତା

ଜ୍ୟୋସ୍ନାର ଶୀତଳତା;


ରାତି ରାତି

ଉଜାଗର ରହି

ନୀଳକଇଁ ବି କରେ ନାହିଁ

ତା' ପାଇଁ ପ୍ରତୀକ୍ଷା 


ବିଜନ ବେଳାଭୂମିରେ

ଉତ୍ତାଳ ତରଙ୍ଗ ମଧ୍ୟ

ମୁହଁ ମୋଡ଼ି ଚାଲିଯାଏ 

ଦୂରକୁ... ବହୁ ଦୂରକୁ


ତା' ନିକଟେ 

ଅଛି କେବଳ

ମହଣ ମହଣ ଅମାବାସ୍ୟାର

ଘନ ଅନ୍ଧକାର 


ସଭିଁଙ୍କ ପାଇଁ 

ଅଲୋଡା ସେ 

କିନ୍ତୁ କିଏ କେବେ

ପଚାରିଛି କି ଜହ୍ନକୁ

କ'ଣ ବା ତା'ର 

ଆନ୍ତରିକ ମନସ୍କାମନା !


ସେ ବି ତ ଖୋଜୁଥିବ

କାହା ହାତର 

କୋମଳ ସ୍ପର୍ଶ

କାହା ଆଲିଙ୍ଗନର 

ଆନ୍ତରିକ ନିବିଡ଼ତା

କିଛି ପ୍ରେମ 

ଆଉ କିଛି ସମର୍ପଣ 


କିନ୍ତୁ ପ୍ରତି ବଦଳରେ

ମିଳିଛି କେବଳ ତା'କୁ

କିଛି ଉଷୁମ ଲୁହ

ଅସୀମ ଅନ୍ତହୀନ କୋହ 

ଆଉ ସେ ସବୁ

ଉପହାର ଗ୍ରହଣ କରି 

ଆଜି ନିରବି ଯାଇଛି

ଜୋଛନା ବିହୀନ 

ଏକ ମଲାଜହ୍ନ .... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance