STORYMIRROR

Shubhra Suchitra Mahanta

Romance

4  

Shubhra Suchitra Mahanta

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
269

ଜହ୍ନର ଠିକଣା ଲୋଡ଼ା ନାହିଁ ମୋତେ

ମୋ ପାଖେ ମୋ ଜହ୍ନ ଅଛି

ତୁଳନା କରିଲେ ମୋ ଜହ୍ନ ସାଥିରେ

ଆକା ର ଜହ୍ନ ନୁହଁ କିଛି ॥


ଧୋବ ଫରଫର ଜହ୍ନର ଦେହରେ

ଟିକେ ତ କଳଙ୍କ ଥାଏ

ମୋ ଜହ୍ନ ଦେହରେ ନାହିଁ ତ କଳଙ୍କ

ତା ମଧ୍ୟେ ମୁଁ ନିଜକୁ ପାଏ ॥


ଆକାଶର ଜହ୍ନ ଅଟେ ସଭିଙ୍କ ନିଜର 

ମୋ ଜହ୍ନ କେବଳ ମୋର 

କେହି କେବେ ତାକୁ କରି ପାରିବେନି 

ମୋ ଅନ୍ତର ହୃଦୟୁ ଦୂର ॥


ଟିକିଏ ଶାନ୍ତ ସିଏ ଟିକେ ଅଝଟିଆ 

ଗୁଣ ଗାରିମାରେ ଭରା 

କେବେ ହସୁଥାଏ କେବେ ରୁଷି ଯାଏ 

ମୋ ଅନ୍ଧ ଲଉଡ଼ି ପରା ॥


ପ୍ରକୃତି ଜହ୍ନଟି ଅମାବାସ୍ୟା ଦିନ 

ଦେଖାଇ ପାରେନା ରୂପ 

ମୋ ଜହ୍ନଟି ସବୁ ଦିନ ସୁନ୍ଦର 

କେବେ ସରେନା ଚମକ ॥



Rate this content
Log in

Similar oriya poem from Romance