STORYMIRROR

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ଜହ୍ନ ରେ ଦିଶୁଛ ତୁମେ

ଜହ୍ନ ରେ ଦିଶୁଛ ତୁମେ

1 min
190


କିଏ ଗଢିଥିଲା ତତେ ଚାନ୍ଦ ଟିଏ କରି ତତେ

ଯେତେ ଦେଖିଲେ ଦେଖିବା ରହୁଛି ବାକି,,

ପାଖେ ଥିଲେ ପାଏ ସୁଖ ଅନ୍ତର ଦିଅଇ ଦୁଃଖ

ଏକାନ୍ତରେ ତନୁ ଶୋଭା ଯାଏ ବଳିକି,,

ବେଳେ ଭାବେ ଏ ମନେ ଭ୍ରମେ

ସତେକି ଦିଶୁଛ ଗୋରୀ ଚାନ୍ଦରେ ତମେ l


ଭାବନା ବା ବାସ୍ତବରେ ଜାଗ୍ରତ ଅବା ସୁପ୍ତିରେ

ଆସ ଅବା ବିଭାବରୀ ନିଦ୍ରା ସ୍ବପ୍ନରେ,,

ପୂର୍ଣ୍ଣିମା କି ଅମାବାସ୍ୟା ତୁମ ରୂପର ଝଲସl

ଆନମନା ହୁଏ ସହୀ ଚିନ୍ତା ରାଜ୍ୟରେ,,

ଏକ ନଦୀର ଧାର ଆମେ

ସତରେ କହୁଛି ଜହ୍ନେ ଦିଶୁଛ ତୁମେ l


ଖଣ୍ଡ ଶରତ ବଉଦେ ନୀଳ ଆକାଶ ଉହାଡ଼େ

କ୍ଷଣେ ଲୁଚେ ଇନ୍ଦୁ ଯେବେ ନିଶି ଅନ୍ଧାର,,

ଓଢଣୀର ପଣତରେ ମୁହଁ ଢାଙ୍କି ହେଲେ ତୋରେ

ଶୁନେଇ ଯାଏ ମୋହର ମନ ମନ୍ଦିର,,

ତାରା ମେଳେ ଉଆଁସ ଯେହ୍ନେ,,

ପୂର୍ଣ୍ଣ ଇନ୍ଦୁ ମୁଖ ତଵ ଜହ୍ନରେ ଜନ୍ମେ l


ମାଟିରୁ ଆକାଶ ବକ୍ଷେ ଚନ୍ଦ୍ରମା ଯେପରୀ ହସେ

ସେହିପରି ଉପସ୍ଥିତି ତୋର ମୋ ନେଇ,,

କୁଆଁର ଜୋଛନାଲୋକ ଯେପରୀ ମହୀ ଝଲକ

ମୋ ହୃଦ କନ୍ଦର ସ୍ଵଛ ତୋ ଛୁଆଁ ପାଇ,,

ସଦା ସୁଖି ତୋ ପ୍ରେମ କାମେ

ଯେବେ ଚାହିଁଲେ ଜହ୍ନକୁ ଦିଶୁଛ ତୁମେ l


ଜହ୍ନ ଛୁଆଁ ରାତି ବାଆ ଲଗାଏ ଭାବରେ ନିଆଁ 

ତୋ ସାଥି ପଣିଆ ସହୀ କେତେ ଶୀତଳ,,

ପ୍ରୀତି ଫଗୁଣର ଚିଆଁ ମନ୍ଦ ଲାଗେ ସତେ କିଆଁ

ପାଖେ ପାଖେ ଥାଅ ଇଚ୍ଛା ଶକ୍ତି ପ୍ରବଳ

ରାତ୍ରୀର ନିରୋଳା ସଂଭ୍ରମେ

ଦୂରୁ ଦେଶ ସତ ପ୍ରିୟା ଜହ୍ନରେ ତମେ l


ତୁମ ଛବି ଆସେ ମନେ ମଲାନଈ ବକ୍ଷ ଧାମେ

କେବେ କହ ଫେରିବହେ ଜହ୍ନ ରାଜ୍ୟରୁ,,

ରାତି ପରେ ରାତି ବିତି ରହେ ଚାହିଁ ସତେ ସତୀ

ତୁମେ ନଫେରିଲେ ଫେରି ଯିବି ଏଠାରୁ,,

ଆକାଶକୁ ଶିଶିର ଚୁମେ

ଯେତେ ଦେଖିଲେ ଜହ୍ନରେ ଦିଶୁଛ ତୁମେ l


ନୀଳ ଲଗ୍ନ ନୀଳ ଜହ୍ନ ନୀଳ ଦରିଆରେ ଆମ

ସ୍ମୃତି ନlବ ଭାସୁଥିବ ତାରା ମେଳରେ,,

ସାତ ଜନମକୁ ସlଖି ରଖିବା ନିଶି ମଣିକି

ଦୂର ଗଗନ ଲଗନ ଜ୍ୟୋତ୍ସ୍ନା ଖଳlରେ,,

ରାତିର ସେ ଗୁପ୍ତ ସଂଗମେ

ସତରେ ଦିଶୁଛ ସହୀ ଜହ୍ନରେ ତମେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action