ଜହ୍ନ ରାତି ( କାଦମ୍ବରୀ ମହାଖୁଡ଼ )
ଜହ୍ନ ରାତି ( କାଦମ୍ବରୀ ମହାଖୁଡ଼ )
ଅନ୍ଧାର ରାତିର ସେ
ଟିକିଲି ଟିଏ |
କୋମଳ ଜ୍ୟୋସ୍ନା ସେ
ଅଜାଡି ଦିଏ |
ଶୁଭ୍ରା କିରଣରେ
ତାରାର ବିନ୍ଦି ||
ସତେ ଅବା .....
ଶାନ୍ତ ପରିବେଶ
ଜହ୍ନ ର ସିନ୍ଧି ||
ଶିଶୁ କାଳେ କିଏ
ମାମୁ ସଜାଣି |
ଯୌବନ ରେ ପୁଣି
ପ୍ରିୟା ଡାକନ୍ତି |
ନିଶି ଅନ୍ଧାର ର
ଶୁଭ୍ରା ତାରକା ସେ |
ଚନ୍ଦ୍ରମା ର ନାମେ
ସବୁ ଜାଣନ୍ତି ||
ପଦ୍ମ ପାଖୁଡା ତା
ଜ୍ୟୋସ୍ନା ରେ ଫୁଟେ |
ମଧୁ ମାଳତୀ ବି
ତା ସାଥେ ବାସେ ||
କେବେ ଚିତ୍ର ସାଜେ
ଚିତ୍ର କାରର |
କେବେ ପୁଣି ଗୀତ ସାଜେ
ଗୀତି କାରର |
ଧାରା ବି ଝଲସି ଉଠେ
ଜହ୍ନ ରାତି ପାଇ |
ସତେ ଅବା ଅନ୍ଧାରକୁ
ଜହ୍ନେ ନିଏ ସେ କୋଳାଇ ||
କେତେ ରାତି ଶୁଭ୍ରା ଢାଳେ
ଅନିଦ୍ରା ସେ ହୋଇ |
ସତେ ଅବା ପ୍ରିୟକୁ ସେ
ଚାହିଁ ଛି ଅନାଇ |
ପ୍ରକୃତିର ଅଳଙ୍କାରେ
ତୁ ବର୍ଣ୍ଣିତ ଛବି |
ତୁ ଜହ୍ନ ରାତି .......
ତୁ ମୋ ଜହ୍ନ ର ରାତି ||
