STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅଲାର ନାଥ

ଅଲାର ନାଥ

1 min
318


ଭାବ ବିନୋଦିଆ ଠାକୁର କାଳିଆ

       ସବୁତ ତାଙ୍କରି ଲୀଳା

ଅଣ ସର ଘର ସେବାରେ ଅଛନ୍ତି

       ଟିକେ ନାହିଁ ଅବହେଳା।


ଏଇ ସମୟରେ ଦାକ୍ଷିଣାତ୍ୟ ଠାରୁ

       ଆସିଥିଲେ ଭକ୍ତ ଜଣେ 

ଅଲାରବିନ୍ଦ ତ ନାମ ଯେ ତାଙ୍କର

       ବଞ୍ଚିତ ପ୍ରଭୁ ଦର୍ଶନେ।


ଶୋକାତୁର ହୋଇ ସମୁଦ୍ରରେ ଲମ୍ପ

        ପ୍ରଦାନେ ହୁଅନ୍ତି ସଜ

ଭକତ ନୟନ ନିଜେ ଜଗନ୍ନାଥ

       ପବନ ସୁତଙ୍କୁ ହେଜ।


ଆଜ୍ଞା ଦେଲେ ନାଥ ଉଦ୍ଧାର ପାଇଁ କି

       ଟଳିଗଲା ସେ ବିପଦ

ବିପରୀତ ଦିଗେ ଯିବ ହେ ଗୋସାଇଁ

        ଦୃଶ୍ୟ ହେବେ ଜଗନ୍ନାଥ।


ଅଲାର ଚାଲିଲେ ପଥ ଅନୁସରି

       ସୁନ୍ଦର ବଣ ମଧ୍ୟରେ

ପୁଷ୍କରିଣୀ ତଟେ ଲୁହ ପୋଛି ଦେଖେ

       ଚତୁର୍ଦ୍ଧା ମୂର୍ତ୍ତୀ ଜଳରେ।


ଅସୁସ୍ଥ ଥାଇ ବି ଦରଶନ ଦେଲେ

        ରଖିଲେ ଭକତ ମାନ

ସେହି ଦିନ ଠାରୁ ବ୍ରହ୍ମଗିରି ଠାରେ

        ଅଲାର ନାଥ ଦର୍ଶନ।


ଅଣସର ବେଳେ ଦର୍ଶନ କରିଲେ

        ମିଳେ କୋଟି ପୁଣ୍ୟ ଫଳ

ବ୍ରହ୍ମଗିରି ନାମ ବିଖ୍ୟାତ ହୋଇଲା

         ବିଷ୍ଣୁ ଙ୍କର ଲୀଳା ସ୍ଥଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action