କୁମାରୀ ରଜ
କୁମାରୀ ରଜ
ପାଳନ୍ତି କୁମାରୀ ପରମ ସନ୍ତୋଷେ
ରଜ ପର୍ବ ଦୋଳି ଝୁଲି
ପିଠା ପଣା ଖାଇ ଗୀତ ଗାଇ ଗାଇ
ନାଚି ବୁଲି ହସି ଖେଳି।
ଅହାକି ଆନନ୍ଦ ମୟ ଏ ଉତ୍ସବ
ଦୀର୍ଘ ଦୁଇ ଦିନ ବ୍ୟାପି
ପୂଜା ପାଠ ପୁଣି ଖୁସି ଆସେ ଆଣି
ଏହି ରଜ ସଂକ ରାନ୍ତି ।
ଗ୍ରାମ ପରିବେଶ କୁମାରୀ ମେଳାରେ
ଉଠଇ ସୁଷମେ ସାଜି
କୁମାରୀଙ୍କ ପ୍ରିୟ ପରବ ଏହିଟି
ଦିଏ କେତେ ହସ ଖୁସି ।
କୁମାରୀ ଦଳର ମିଳିତ ସଙ୍ଗୀତ
ଝଙ୍କାର ତୋଳେ ସ୍ପନ୍ଦନ
ପିଠା ପଣା ଖାଇ ଦୋଳି ଖେଳି ଖେଳି
ହରଷେ ହରନ୍ତି ଦିନ ।
ଆହା କି ଆନନ୍ଦ ଉଲ୍ଲାସ ମଧ୍ୟରେ
ମିଳେ ଅନେକ ଧାରଣା
କୁଆଁରୀ ଝିଅର ଦୋଳି ରେ ଆଦର
ହୁଏ ଏହି ଦିନ ସିନା ।
ତିନି ଦିନ ଧରି ପାଳନ ହୁଅଇ
ହସ ରସ ଖୁସି ସ୍ନେହ
ଶ୍ରଦ୍ଧା ପ୍ରେମ ପ୍ରୀତି ଅନୁରାଗ ନିତି
ବୁଣି ଚାଲେ ଅହ ରହ ।

