ରଥ ଦଉଡି଼
ରଥ ଦଉଡି଼
ରଥ ଯାତ୍ରା ବେଳେ ଭକତ
ରଥ ଦଉଡି଼ ଭିଡ଼ି
ଗଡାଇ ନିଅନ୍ତି ବଡ
ଦାଣ୍ଡରେ ଘିଡି ଘିଡି ।
ରଥ ଦଉଡି଼ କୁ ଟାଣିଲେ
ରଥ ଟି ଥାଏ ଚାଲି
ଭକତ ସେବକ ମେଳ ରେ
ଯାନ୍ତି ମାଉସୀ ବାଡି ।
ବଡ ଦାଣ୍ଡେ ବିଜେ ହୋଇଣ
ତିନି ଠାକୁର ମାନେ
ଜଗା , କାଳିଆ , ଓ ସୁଭଦ୍ରା
ଜଣକ ପରେ ଜଣେ ।
ନଡ଼ିଆ କତା ରୁ ତିଆରି
ହୁଏ ରଥ ଦଉଡି଼
ଭକତେ ଟାଣିଲେ ଚlଲଇ
ଘିଡି ଘିଡି ସେ ଗଡି ।
ଏହାକୁ ଛୁଇଁଲେ ହୁଅଇ
ଅଶେଷ ପାପ କ୍ଷୟ
ପ୍ରାପତ କରନ୍ତି ଭକତ
ଜନେ ଅଶେଷ ପୂଣ୍ୟ ।
ଅତି ଶକ୍ତ ଏଇ ଦଉଡ଼ି
କେବେ ହେଲେ ନ ଛିଡେ
ଭକତ ଧରିଲେ ହାତ ରେ
ରଥ ଯାତରା ଚାଲେ ।
ତିନି ରଥେ ତିନି ପ୍ରକାର
ଦଉଡ଼ି ବ୍ଯବହାର
ଚାରି ସ୍ଥାନେ ବନ୍ଧା ହୁଅଇ
ତାହା ରଥ ଉପର ।
ତିନି ନାଗ ନାମେ ନାମିତ
ଏହି ତିନି ଦଉଡ଼ି
ସ୍ୱର୍ଣ୍ଣ ଚୂଡ , ଶଙ୍ଖ ଚୂଡ ଯେ ,
ଆଉ ବାସୁକି ବୋଲି ।
ଭକତ ଜନ ଏ ଧରନ୍ତି
ଏହି ରଥ ଦଉଡି଼
ଟାଣି ଟାଣି ନେଇ ଚାଲନ୍ତି
ତାକୁ ଗୁଣ୍ଡିଚା ବାଡି ।
ଶଙ୍ଖ ହୁଳହୁଳି ଶବଦ
ପଡୁ ଥାଏ ଉଚ୍ଛୁଳି
ଘଣ୍ଟ ଘଣ୍ଟା ଘଣ୍ଟି ନିନଦ
ହରିବୋଲ ପକାନ୍ତି ।
ମନ୍ତ୍ର ପଢୁ ଥାନ୍ତି ପଣ୍ଡିତ
ରଥ ଉପରେ ଚଢ଼ି
ଟାଣି ଚାଲି ଥାନ୍ତି ଭକତ
ଭିଡ଼ି ରଥ ଦଉଡି଼ ।
ଡାଆଣୀ ଡିଣ୍ଡାଣି ଡାଆଣୀ
ଡିଣ୍ଡlଣି ରଥ ଗଡେ
ଭାବ ରେ ବିଭୋର ଥାଆନ୍ତି
ଦର୍ଶକ ଏ ' ସକଳେ ।

