ଦେଶପ୍ରେମୀ କିଏ?
ଦେଶପ୍ରେମୀ କିଏ?
ଆମେ ସରବ ଦେଶବାସୀ ଯେତେ ଯାହା
ମହାଜନ ନିର୍ଦ୍ଦେଶ ଦେଲେ,
ଅନ୍ଧ ଭାବନାରେ ତାଳି ବଜାଇଲେ, ଥାଳି
ବଜାଇଲେ ଓ ଦୀପ ବି ଜାଳିଲେ |୧|
ପ୍ରତିଶ୍ରୂତିରେ ଦେଶ ଚାଲେନା, ଏ କଥାକୁ
ମଧ୍ୟ ଆମେ ଭୁଲିଲେ,
ଭାସି ଗଲେ ପ୍ରତିଶ୍ରୁତିରେ ଯିଏ "ମୁଁ" ଶବ୍ଦ,
ପ୍ରତ୍ୟହ ପ୍ରକାଶିଲେ |୨|
ଗତି କଲେ ଦେଶର ନାଗରିକ, "ମୁଁ" ଓ
"ମୋର" ଶବ୍ଦ ଭାବନାରେ
ଆଣି ଦିଏ ଅନେକ ଦୁଃଖ, ହିଂସା ଓ ଈର୍ଷା
କୁ ଆମନ୍ତ୍ରଣ କରେ |୩|
ମନ ନମିଶିଲେ ଏକାଠି କେହି ନୁହେଁ,
ସରବେ ଅଲଗା ଲୋକ
ଲୋକଙ୍କ ଜୀବନ ଚାଲେ ତତଲା ବାଲି
ରେ ପାଇବାନି ସୁଖ |୪|
ଜୀବନେ ଜହର ଭରତି କରିଲେ ଭର
ପୂର ହୁଏ ଅପାର ଦୁଃଖ
ପାଇବାନି ଦେଶେ କେତେବେଳେ ମଲ୍ଲୀ
ହେନାର ଆନନ୍ଦ ମହକ |୫|
ଇର୍ଷା କୂତ୍ସିତ ମାନସିକତା ଲକ୍ଷଣ ଓ ଧୋକା
ଚରିତ୍ରର ମନୁଷ୍ୟକୁ
ଆମର ଚିହ୍ନି ପାରି ଦୁରୁ ଜୁହାରର ସମୟ
ଆସିଛି ଏମିତି ବ୍ୟକ୍ତିକୁ |୬|
ଜାତି , ଧର୍ମ ଓ ବର୍ଣ୍ଣ ହୋଇଥାଉ ଭିନ୍ନ, ଆମେ
ସରବେ ଭାରତୀୟ,
ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ ଶିଖ ଭାଇ
ଭାଇ ଭାରତୀୟ |୭|
ଅନେକ ଭାଷାର ବ୍ୟକ୍ତି ହୋଇ ଆମେ ଗୋଟିଏ
ରଜ୍ଜୁଭେ ବନ୍ଧା ଭାରତୀୟ,
ଗଙ୍ଗା ଗୋଦାବରୀ ମହାନଦୀ କେତେ ହୁଏ ପ୍ରବାହିତ,
ଆମେ ଭାରତୀୟ |୮|
ଦେଶେ ଦାର୍ଶନିକ, ଯୋଗୀ, ସନ୍ୟାସୀ, ଓ ତ୍ୟାଗୀ,
ସ୍ଥିତପ୍ରଜ୍ଞ ସରବ ଯେତେ
ନିଜ ଅହଂ ପରିହାର କରି ଲାଗୁଥିଲେ,ଲାଗିଥାନ୍ତି
ସମାଜ ଉନ୍ନତ୍ତି ନିମନ୍ତେ |୯|
ଦେଶରେ ସାଧନାରେ ସିଦ୍ଧି ଲାଭ କରି ଉଜ୍ଜଳ
ଶକ୍ତିକୁ ଧାରଣ କରନ୍ତି
ସେମାନେ ସୁବିଦ୍ୱାନ ତ୍ୟାଗୀ ହୋଇ ସରବ
ସମାଜରେ ପୂଜା ପାଆନ୍ତି |୧୦|
ତେଜଦୀପ୍ତ, ଦିବ୍ୟ ଅନୁଭବ ଚେତନାର ସେ
ବିଚିତ୍ରମୟ ବିଭୁତିରେ
ସମାଜକୁ, ସାରା ଜଗତକୁ ଆନନ୍ଦମୟ କରନ୍ତି
ନିଜ ଆଲୋକରେ |୧୧|
ଲୋକସେବା, ବିଶ୍ୱକଲ୍ୟାଣର ମନ୍ତ୍ର କରନ୍ତି
ପ୍ରଚାର ବିଶ୍ୱର ହିତ ପାଇଁ
ଆଜି ଖାଲି ଦେଖୁଛେ ଭଣ୍ଡ ବାବାଜୀଙ୍କୁ ନିଜ
ଜୀବନର ସୁଖ ଚିନ୍ତନ୍ତିହିଁ |୧୨|
ପ୍ରେମ ପରଶରେ ସରସ ହୁଅଇ ଜୀବନ, ସମାଜ
ଚାଲେ ଆନନ୍ଦ ହୋଇ,
ଅବିଶ୍ବାସ ଥରେ ଦାନା ଧରିଗଲେ ଘର ଛପର ଥାଇ
ବି ନ ଥାଏ ଛାଇ |୧୩|
ଗାନ୍ଧୀ ଗୋପବନ୍ଧୁ ଦେଶେ ଅହିଂସା ମନ୍ତ୍ରରେ ଶାଣିତ,
ଆମେ ଭାରତୀୟ,
ଜୟ ମୋ ଭାରତ, ମହାନ ମୋର ଦେଶ, କହିବା
ଆମେ ଭାରତୀୟ |୧୪|
