STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ସ୍ବଚ୍ଛସୁନ୍ଦର ପରିବେଶ ହିଁ ସ୍ବର୍ଗ

ସ୍ବଚ୍ଛସୁନ୍ଦର ପରିବେଶ ହିଁ ସ୍ବର୍ଗ

1 min
291


ଘରୁ ବାହାରିଲେ ଦାଣ୍ଡ ଦୁଆର ସେ ପଟେ

ରାସ୍ତା କଡେ ଛକ ବଜାରର ଗଳି ଧାରେ

ଗଦା ଗଦା କେତେ ଅଳିଆ ଆବର୍ଜନା ସବୁ

ଆମ ବ୍ୟବହାର ପରେ ଫିଙ୍ଗା ହୋଇଥିବା

ଜରି ଗୁଟକା କାଗଜ ଟୁକୁରା ଡ଼ବା ବୋତଲ

ଛିଡା ଜୋତା ମଇଳା ଜିନିଷ ଯେତେ

ନାଳ ନର୍ଦ୍ଦମାରୁ ଉଡି ଆସୁଥିବା ଦୁର୍ଗନ୍ଧ

ଏ ସବୁ ଦେଖିଲେ ଲାଗେ ଏ କି ଅବା ନର୍କ

ଜୀବଜନ୍ତୁ ମଣିଷମାନଙ୍କର ବର୍ଜ୍ୟବସ୍ତୁ

ସୁନ୍ଦର ପରିବେଶକୁ କରି ଦିଏ ନଷ୍ଟ ଦୂଷିତ

କିଛି କିଛି ଏ ଆବର୍ଜନା ହୁଏ ସଫା ସତୁରା

ରହି ଅଧିକରୁ ଅଧିକ ଯାଏ ପଚି ସଢି

ସ୍ବର୍ଗର ମନୋରମ ପରିକଳ୍ପନାର ଅନ୍ତରାଳେ

ଏ ଦୁର୍ଗନ୍ଧର ନର୍କ ଦୈନଦିନର ବାସ୍ତବତା

ସାମାଜିକ କର୍ମ ବିବାହ ବ୍ରତ ଅବା ଶୁଦ୍ଧିକ୍ରିୟା

ବନ୍ଧୁ ମିଳନରେ ହୁଏ ଯେଉଁ ଖିଆପିଆ

ତାର ବଳକା ଅଇଁଠା ଖଲିପତ୍ରର ଆନୁସଙ୍ଗିକ

ସବୁ ପରିବେଶକୁ କରି ଚାଲିଛି ପ୍ରଦୂଷଣ

ପର୍ବ ପର୍ବାଣୀ ବାର ବ୍ରତ ଉପାସନର ଦ୍ରବ୍ୟ

ଯଥା କାର୍ତ୍ତିକ ପୁନେଇଁର ବଇତ ଭସାଣ

ମାଆ ଦଶଭୁଜା ଦେବୀ ଦୁର୍ଗାଙ୍କର ଭସାଣ

ପରେ ପରେ ହୁଏ କେତେ ଆବର୍ଜନା ପୂର୍ଣ୍ଣ

ଯା' ପରିବେଶ ଉପରେ ପକାଏ କୁପ୍ରଭାବ

ଆମ ଅବହେଳା ସଚେତନତାର ଅଭାବ

ଆଜି ସାରା ପ୍ରକୃତିକୁ କରି ଦେଇଛି ବିଷମୟ

ଏମିତି ଗାଡି଼ଏ ଗାଡି଼ଏ ଦୁର୍ଗନ୍ଧର ନର୍କ

ପାଣି ପବନକୁ କରିଦିଏ ଦୂଷିତ ବିଷାକ୍ତ

ଯେତେ ଯା' କଲେ ହୁଏନା ଉପଯୁକ୍ତ ପ୍ରତିକାର

ସ୍ଵଚ୍ଛ ପରିମଳ ବ୍ୟବସ୍ଥା ରହେ ରୁଗ୍ଣ୍ ଦୁର୍ବଳ

ଦୋଷାରୋପର କାଦୁଅ ଛିଟା ଫିଙ୍ଗା ହୁଏ

ଇୟାକୁ ତାକୁ କରି ବିଦ୍ରୁପରେ ଆକ୍ଷେପ

ହୁଏ କେତେ ଅଶାଳୀନ ବଚସା ତିକ୍ତ ଯୁକ୍ତିତର୍କ

ସୁଧୁରେ ଯେତିକି ତାଠୁ ହୁଏ ପୁଣି ଅଧିକ

ବ୍ୟକ୍ତି ବିଶେଷ ସଭିଏଁ ନହେବା ଯାଏଁ ସତର୍କ

ନିଜ ଘର ପରିବାରଠାରୁ ଏ ସାରା ସଂସାର 

ପରିବେଶ ପରିମଳ କେମିତି ହେବ ସୁନ୍ଦର...

ମାନସିକତାକୁ କରି ପରିବର୍ତ୍ତନ ହେବା ସଜାଗ

ନିଜ ଦ୍ବାରା ଯା' କରୁ ଅପରିସ୍କାର ସେ ସବୁ

ନ ଫିଙ୍ଗି ଏଣେତେଣେ ନିଜେ ହିଁ କଲେ ସଫା 

ବଦଳି ଯିବ ଆମ ପରିବେଶ ପରିମଳ ବ୍ୟବସ୍ଥା

ହେବା ନାହିଁ କେହି ହୀନସ୍ତା ଭୋଗୀ ଦୁର୍ଦ୍ଦଶା

ଆଖି ଆଗେ ନର୍କ ଦେଖି ଆଉ ଟେକିବାନି ନାକ

ଧରା ହେବ ସ୍ଵଚ୍ଛ ସୁନ୍ଦର ପରିବେଶର ସ୍ଵର୍ଗ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action