ଦଶମୂଳ ମୋଦକ ପ୍ରସ୍ତୁତି
ଦଶମୂଳ ମୋଦକ ପ୍ରସ୍ତୁତି
ଅଣସର ବେଳେ ହୁଏ ଠାକୁରଙ୍କୁ ଜ୍ଵର
ଆୟୁର୍ବେଦ ଅନୁଯାୟୀ ହୁଏ ଉପଚାର ।
ଦଶ ମୂଳା ମୋଦକ ଯେ ଲାଗି ହୋଇ ଥାଏ
ତାହାକୁ ଖାଇଲେ ଜ୍ଵର ପୀଡା ଦୂର ହୁଏ ।
ଏଇ ମଉଷଧି ଟିର ନିରିମାଣ ବିଧି
ଜାଣିଲେ ମିଳଇ ,ଯଶ ,ବିଦ୍ୟା ବୁଦ୍ଧି ସିଦ୍ଧି ।
ଶ୍ରୀ ମନ୍ଦିରେ ରହି ଥିବା ରାଜ ବୈଦ୍ୟ ମାନେ
ପ୍ରସ୍ତୁତ କରନ୍ତି ଯାହା ପୁରୁଷାନୁକ୍ରମେ ।
ତାକୁ ଖାଇ ଠାକୁର ମାନଙ୍କ ଜ୍ଵର ଦୂର
ଦଶ ଗୋଟି ଚେର ମୂଳି ଏଥି ବ୍ଯବହାର ।
ହୋଇ ଵାରୁ ଦଶମୂଳ ବୋଲି କୁହା ଯାଏ
ଆୟୁର୍ବେଦ ବିଧାନରେ ଯା" ପ୍ରସ୍ତୁତି ହୁଏ ।
ଅଙ୍କରାନ୍ତି , ଅଗବଥୂ ,ବିଲ୍ଵ ,ଶାଳପର୍ଣ୍ଣୀ
ପଣ ପଣା , ଗୋଖରl , ଗମ୍ଭାରୀ , କୃଷ୍ଣପର୍ଣ୍ଣୀ ।
ନବାଙ୍କୁରୀ , ଲବି କୁଳି ଏ ଦଶ ଦ୍ରବ୍ୟକୁ
ଖରା ରେ ଶୁଖାଇ କୁଟା ଯାଇ ଥାଏ ତାକୁ ।
ଛେଚି କୁଟି ଚୂର୍ଣ୍ଣ କରି କପଡା ରେ ଛାଣି
କାଠ ଚୁଲି ରେ କଡ଼ା ରେ ଘିଅ କୁ ଫୁଟାନ୍ତି ।
ଫୁଟନ୍ତା ଘୃତ ରେ ଛଣା ଗୁଣ୍ଡ କୁ ଗୋଳାନ୍ତି
ତାହା ପରେ ମହୁ , ଖୁଆ , ଶର୍କରା ,ପକlନ୍ତି ।
ସର , ଭାଙ୍ଗ , ନବାତ ଇତ୍ୟାଦି ଦ୍ରବ୍ୟ ତହିଁ
ମିଶାଇ ଖୁସୁଣି ଧରି ଘାଣ୍ଟି ଓ ଗୋଳାଇ ।
କଡାଈ ରେ ବସାଇ କି ପାଗ କରା ଯାଏ
ନଡ଼ିଆ ରୁ ଯେଉଁ ପରି କୁରା ବନା ହୁଏ ।
ପାଗ ହୋଇ ଗଲା ପରେ ଚୂଲି ରୁ ଓହ୍ଲାଇ
କିଛି କାଳ ବସା ଯାଏ , ଥଣ୍ଡା ହେବା ପାଇଁ ।
କଦଳୀ ପତର ଆଣି ଧୋଇ ବିଛା ଯାଏ
ଗୋଲା ଗୋଲା କରି ତା' ଉପରେ ରଖା ଯାଏ ।
ଶୁଖି ଟାଣ ଟାଣ ହୋଇ ଗଲେ ଗୋଲା ମାନ
କର୍ପୂର ଘଟିତ କରl ଯlଏ ତାହା ଜାଣ ।
ତାଳ ପତ୍ରରୁ ତିଆରି ଭୋଗେଇ ମାନଙ୍କ
ଭିତରେ ଭରତି କରା ଯାଏ ସେ ମୋଦକ ।
