ଉତ୍କର୍ଷୁ ସାହିତ୍ଯ
ଉତ୍କର୍ଷୁ ସାହିତ୍ଯ
ସାହିତ୍ଯ ଚେତନା ସାହିତ୍ଯ ସାଧନା
ସୁସାହିତ୍ଯ ସୁଦର୍ଶନ
ସାହିତ୍ଯ ସଂଯୋଗେ ଦିବ୍ଯ ମାନବତା
ସମ୍ଭବନ୍ତି ରାମକୃଷ୍ଣ ।
ଉଦ୍ଭବେ ସାହିତ୍ଯ ପଙ୍କରେ କମଳ
ପ୍ରେମପ୍ରୀତି ପାରିଜାତ
ଉନ୍ମୋଚେ ସାହିତ୍ଯ ଦିବ୍ଯ ଜ୍ଞାନ ଚକ୍ଷୁ
ପ୍ରକାଶେ ଆଲୋକ ସତ୍ଯ ।
ନିର୍ଝରେ ଅମୃତ କାବ୍ଯ ସୁସାହିତ୍ଯ
ବେଦଶାସ୍ତ୍ର ରାମାୟଣ
ଗୀତୋପନିଷଦ ଅମର ଗାଥାରେ
ସାହିତ୍ଯ ସୃଜେ ଜୀବନ ।
ପ୍ରକାଶେ ସାହିତ୍ଯ ବିକ୍ରମ ଆଦିତ୍ଯ
ନବରତ୍ନ ସୁପ୍ରତିଭା
ସାହିତ୍ଯ ବିହୁନେ ସୃଷ୍ଟି ଦିଶାହୀନ
ରାଜନୀତି ହୀନପ୍ରଭା ।
ଉତ୍କର୍ଷେ ସାହିତ୍ଯ ଜୀବନ ଆଦର୍ଶ
ଦିବ୍ଯ ମହନୀୟ ଗୁଣ
ନ ହେଲେ ଆଦୃତ ସମାଜେ ସାହିତ୍ଯ
ଗ୍ରାସେ ଅବିମୃଶ୍ଯପଣ ।
ସାହିତ୍ଯର ବିନା ଜୀବନ ଅଧୁରା
ପାଲଟେ ନର ରାକ୍ଷସ
ରସାତଳଗାମୀ ହୁଅଇ ସମାଜ
ମଣିଷ ବିନାଶ ଧ୍ବଂସ ।
