STORYMIRROR

Kabiratna Nutan Kumar Behera

Abstract Tragedy Action

4  

Kabiratna Nutan Kumar Behera

Abstract Tragedy Action

ତୁମେ ପ୍ରତାରଣା ଦେଲା ପରେ

ତୁମେ ପ୍ରତାରଣା ଦେଲା ପରେ

1 min
375


ତୁମେ ପ୍ରତାରଣା ଦେଲା ପରେ

ଭାବିଥିଲି ନିଜକୁ ମୁଁ ଏକ ଭାସମାନ ପତ୍ର

ପ୍ରବାହିତ ଏ ସମୟର ସୁଅରେ

ଅସ୍ତିତ୍ବ କି ନିଜତ୍ବ ନାହିଁ ମୋର କିଛି ବି 

ତୁମକୁ ନେଇଥିଲା ସବୁ ଆଶା ଆଉ ସ୍ବପ୍ନ

ସମାୟିକ ହରାଇ ଦେଇଥିଲି

ମୁଁ ମୋର ମାନସିକ ଭାରସାମ୍ୟତା

ଅନ୍ତରାତ୍ମା ମୋର କରି ଉଠିଲା ବିଦ୍ରୋହ 

ଚେତାବନୀ ଦେଇ କହିଲା ମୋତେ

" ରେ ଅଜ୍ଞାନ କାହିଁକି ହେଉ ବ୍ୟତିବ୍ୟସ୍ତ

ଅକାରଣେ ନିଜକୁ ଦେଉଛୁ କଷ୍ଟ

ତୋ ସୁନ୍ଦର ଭବିଷ୍ୟତକୁ କରୁଛୁ ନଷ୍ଟ,

ଜାଗି ଉଠ୍ ଆଖି ଖୋଲି ଦେଖ ଆଲୋକରେ

ଏଠି କିଏ କାହାର ସଂପର୍କ ଯେ ସ୍ଵାର୍ଥର

ଯିଏ ତୋତେ କଲା ନାହିଁ ଭରସା ବିଶ୍ଵାସ 

ତା' ପାଇଁ ନିଜକୁ କରୁ କାହିଁକି ନିଃଶେଷ "

ପ୍ରକୃତିସ୍ଥ ହେଲି ମୁଁ ଦୃଢ଼ କଲି ମନକୁ

ଅନୁଭବ କଲି ଏ ଜୀବନ ଈଶ୍ଵରଙ୍କ ଦାନ

କାହା ପାଇଁ ହୋଇ ଏତେ ମ୍ରିୟମାଣ

ନିଜକୁ ଭାବିବିନି ହୀନ ଅବା ନ୍ୟୁନ

ଧୈର୍ଯ୍ୟଧରି ନିଜକୁ ଦେଲି ବହୁତ ସାନ୍ତ୍ଵନା 

ପାଇଲି ନିଜ ଭିତରେ ଅନେକ ଆଶ୍ଵାସନା 

ସବୁ ଶାନ୍ତି ସନ୍ତୋଷ ତ ନିଜ ମନରେ

ତୁମେ ପ୍ରତାରଣା ଦେଲା ପରେ

ଜାଣି ନଥିଲି ନିଜ ଭିତରେ ହିଁ ପ୍ରେମର କସ୍ତୁରୀ

ମୃଗୁଣୀ ପରି ଅରଣ୍ୟ ମନ୍ଥୁଥିଲି ଅଜ୍ଞାନତାରେ

ଶିଖିଗଲି ମୁଁ ଏକା ଏକା ବଞ୍ଚିବାକୁ

ତୁମେ ମୋତେ କେତେ ଜାଣିଲ କି ଚିହ୍ନିଲ

ଜାଣେନା ମୁଁ ତ ନିଜକୁ ନିଜେ ଜାଣେ 

ଏ ଦୁନିଆଁରେ ଜଣେ ନିଜକୁ ଜାଣେ ଯେତିକି 

ତା'ଠୁ ବେଶି କେହି କେବେ ଜାଣି ପାରେନା

ଭାବିଲି ତୁମ ଭଲପାଇବା ଥିଲା ମିଛ ମରୀଚିକା

ମୋ ସାଥୀରେ ଖେଳୁଥିଲା ଲୁଚକାଳି

ଦେଖାଇ ନା ନା ଛଳନା ବାହାନା କରି ପ୍ରବଞ୍ଚନା

ଭଙ୍ଗା ଗଢ଼ାର ଏ ସାରା ସଂସାର

ଆଜି ଅଛି ଯା' ଆସନ୍ତାକାଲିକୁ ନଥିବ

ବୃଥା କାହିଁକି ହେବି କ୍ଷୁବ୍ଧ କରିବି ଅବଶୋଷ 

ବିଗିଡ଼ି ଯାଏ ଯା' ସଜାଡ଼ିବାକୁ ହୁଏ

ଭାଙ୍ଗି ଗଲେ ପୁନର୍ବାର ହୁଏ ଗଢ଼ିବାକୁ 

ଏଇ ତ ନୀତି ନିୟମ ଜୀବନର

ବିତୃଷ୍ଣାର ନିଆଁ ଜାଳି ଜଳି ଯିବା କି ଉଚିତ

କରି ନେଲି ନିଜ ସାଥେ ସଂକଳ୍ପବଦ୍ଧ ସନ୍ଧି 

ଏକା ଏକା ମୁଁ ଜିଇଁଛି ଜିଇଁ ରହିବି 

ବନ୍ଦ ହେବା ଯାଏଁ ପ୍ରାଣର ପ୍ରଣବ ଧ୍ଵନି

ଆତ୍ମସତ୍ତ୍ଵା ହୃଦବୋଧ କରେ ଆତ୍ମଜ୍ଞାନରେ

ତୁମେ ପ୍ରତାରଣା ଦେଲା ପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract