STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

1 min
275


ସ୍ମୃତି ଏକ ରୂପା ଜହ୍ନ .........

ଉଇଁ ଆସିଲେ ମନ ଆକାଶେ

ଚୁନା ଚୁନା ଜୋଛନାରେ ହୃଦୟ ଭିଜେ

ଅନୁଭୂତିର ଅଭୁଲା ଅପାଶୋରା 

ଦୃଶ୍ୟ ସବୁ ତାର ସତେଜ ହୋଇ ଉଠେ

ମିଠା ମିଠା କଥା ମୁରୁକି ମୁରୁକି ହସ

ଭାବ ଭାବନାରେ ଭଉଁରୀ ଖେଳେ

ଏକଲା ଥିବାର ଅନ୍ଧାରରେ ଆଲୁଅ ଆସେ

ଶୁଭ୍ର ସ୍ନିଗ୍ଧ ଆଭାସର ଜ୍ୟୋତି ପ୍ରକାଶେ

ସ୍ମୃତି ଏକ ରୂପା ଜହ୍ନ ..........

ପ୍ରଥମ ଦେଖାର ସୌଜନ୍ୟମୂଳକ ପରିଚୟ 

ପରସ୍ପର ମଧ୍ୟରେ ବିନିମୟ ହେଲା ପରେ

ଏକ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ

ଆତ୍ମୀୟତାର ଆକର୍ଷଣ ସଂପର୍କ ଗଢିଦିଏ

ସେ ଅତୁଟ ବନ୍ଧନ ନିକଟତର କରାଏ

ହୃଦୟଟା ନାଚି ଉଠେ ସିହରଣେ

ସେ ସ୍ମୃତି ଅପୂର୍ବ ପ୍ରେରଣା ଦିଏ ପ୍ରାଣେ

ସ୍ମୃତି ଏକ ରୂପା ଜହ୍ନ ...........

ଅପରିଚିତ ହେଲା ପରେ ପରିଚିତ

ଅଚିହ୍ନାରୁ କ୍ରମେ ହୋଇଯାଏ ଯିଏ ଚିହ୍ନା

ହୃଦୟରେ ତାର ଛାପ ରହିଯାଇ ଥାଏ

ଭାବ ସାଗରର ଲହରୀ ମାଳା

ସ୍ମରଣର ବେଳାଭୂମିକୁ ଛୁଇଁ ଗଲା ପରେ

ମନ ଆଇନା ଆଗରେ ସେ ପ୍ରତିଛବି

ଉଜ୍ଜ୍ଵଳତା ଭରି ହେଉଥାଏ ପ୍ରତିବିମ୍ଵିତ

ରୂପ ଲାବଣ୍ୟ ତାର ଝଲସି ଉଠେ

ବିଗତ ମୁହୂର୍ତ୍ତ ସବୁ ଜୀବନ୍ୟାସ ପାଇ

ସ୍ମୃତିର ସେ ଦୃଶ୍ୟପଟକୁ କରେ ଦୃଷ୍ଟି ନିକ୍ଷେପ

ସ୍ମୃତି ଏକ ରୂପା ଜହ୍ନ ..........

ଉଚ୍ଛନ୍ନ ମନର ସ୍ଥିର ଦୃଷ୍ଟିରେ ଆଣେ ଧ୍ୟାନ

ଲାଗେ ଖସି ପଡିଛି ହାତ ପାପୁଲିରେ ତାର

ଆକାଂକ୍ଷା ଅଭିଳାଷ ହୋଇଛି ପୂର୍ଣ୍ଣ

ତା' ମଧୁର ମହକ ଭରିଦିଏ ପ୍ରେରଣା

ଥିଲେ ଭୁଲ୍ ଧାରଣା କରାଏ ସଚେତନ

କ୍ଳାନ୍ତି ଅବସାଦ ଦୂରେଇ ଦେଇ

ଆବେଗ ଉତ୍ସାହ ଭରି କରାଏ ଧାବମାନ

ଶାନ୍ତିର ନିଦ୍ରା ଦିଏ ରାତ୍ରିର ଭୀତି ଭୁଲାଇ

ଆଣେ ସ୍ଵଭାବିକ ହୃଦୟର ସ୍ପନ୍ଦନ

ସରସ ସୁନ୍ଦର ମଧୁମୟ ହୁଏ ଜୀବନ

ସ୍ମୃତି ଏକ ରୂପା ଜହ୍ନ .........।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract