STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ମଣିଷ ଗଛ

ମଣିଷ ଗଛ

1 min
373

ପ୍ରକୃତିରେ ଗଛଟିଏ ଅମୂଲ୍ୟ ସମ୍ପଦ

ଚାରାରୁ ତରୁବର ଦ୍ରୁମଟିଏ

ହେବାକୁ ଲାଗେ ତାକୁ ଦୀର୍ଘ ସମୟ

ଶାଖା ପ୍ରଶାଖାରେ ପଲ୍ଲବିତ ହୋଇ

ଫୁଲେ ଫଳେ ହେବାକୁ ବିମଣ୍ଡିତ

ଲୋଡା ଖାଦ୍ୟସାର ଜଳ ଲବଣ ତାପ

କିଛି ପ୍ରକୃତି କରେ ସ୍ଵତଃପ୍ରବୃତ୍ତ ଦାନ

ଆଉ କିଛି ପାଏ ସେବା ଯତ୍ନ 

କରୁଥିବା ପାଳକଙ୍କଠାରୁ ପ୍ରୋତ୍ସାହନ

ଆସେ ବହୁ ପ୍ରତିକୂଳ ପରିସ୍ଥିତି

ବାଧାବିଘ୍ନରୁ ସେ କରେ ତା' ପ୍ରତିରକ୍ଷା 

ହେଲା ପରେ ତାର ସଂପୂର୍ଣ ବିକାଶ

ପରିବେଶକୁ ଯୋଗାଏ ସବୁ ତା'ର ଗୁଣେ

ପରିଶେଷେ ଶୁଖି ଯାଏ ଯେବେ ମରି

ମୂଳରୁ ଅଗ କାଠ ତାର ହୋଇଥାଏ ଇନ୍ଧନ

ଏ ଗଛ ପରି ମଣିଷ ବି ଏକ ଗଛ

ତାକୁ ଦୁବରୁ ଦାରୁଟିଏ ହେବାକୁ 

ପିତାମାତାଙ୍କଠୁ ସାରା ସମାଜ ଉପରେ

ହେବାକୁ ପଡେ ପୁରାମାତ୍ରାରେ ନିର୍ଭରଶୀଳ

କ୍ରମବିକାଶରେ ଅତିକ୍ରମ କରି କାଳ

ନିଜ ଶ୍ରମ ସାଧନାରେ ହୁଏ ଯୋଗ୍ୟତମ

ମାତ୍ର ମଣିଷ ଓ ଗଛ ମଧ୍ୟରେ ତାରତମ୍ୟ

ଅନୁଧ୍ୟାନ କଲେ ବାରି ହୁଏ ସହଜେ

ଗଛ ସଂସାରକୁ ଯୋଗାଇ ଦିଏ ସର୍ବସ୍ବ

ତା' ତ୍ୟାଗର ଅତୁଳନୀୟ ଅବଦାନ

ମଣିଷ ବୁଝେନା କି ଦିଏନା ଅନୁଦାନ

ଅନେକ ମଣିଷ ନେଇ ଜାଣନ୍ତି

ଦେଇ ଜାଣନ୍ତି ନାହିଁ ଦାନର ପ୍ରତିଦାନ

ସ୍ବାର୍ଥପରତାରେ ହୋଇ ବଶବର୍ତ୍ତୀ

ହୁଅନ୍ତି ନିଷ୍ଠୁର ହିଂସ୍ର ସମାଜର ଘାତକ

ଗଛ ପରି ନ ଥାଏ ତାଙ୍କର ବଳିଦାନ

କି ସୃଷ୍ଟିର ସୁରକ୍ଷାରେ ହୁଅନ୍ତିନି ସହାୟକ

ଥାଇ ବୁଦ୍ଧି ବିବେକ ଜ୍ଞାନ ଧନ ସମ୍ପତ୍ତି

ଟିକିଏ ହେଲେ ବ୍ୟତିକ୍ରମ କରନ୍ତି ଆପତ୍ତି

ଗଛ ତ ନିର୍ବାକ୍ ନୀରବ ନିଃଚଳ

ସବୁ ସହି ଜୀବନଯାକ କରୁଥାଏ ଉପକାର

ବାସ୍ତବରେ ମଣିଷ ଗଛ ରହେନା କୃତଜ୍ଞ

ପ୍ରକୃତି ବିଗାଡି ଦେଇ ହୁଏ ଭସ୍ମାସୁର

ଗଛ ପରି ମଣିଷ ହୁଅନ୍ତା ଯଦି ପ୍ରକୃତିରେ

ନଥାନ୍ତା ଏତେ ଘନଘଟା ଅଶାନ୍ତି ତୁଚ୍ଛ ମିଛ

ସାରା ସଂସାରଟା ହୁଅନ୍ତା ମଧୁମୟ

ଫୁଲଫଳର ସମ୍ଭାରେ ହସନ୍ତା ମଣିଷଗଛ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract