STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅଗତିର ଗତି

ଅଗତିର ଗତି

1 min
267


ଅଗତିର ଗତି ଅନାଥର ନାଥ

     ଅକର୍ମ କର୍ମଦାୟକ

ଜଗତ ପାଳକ ତ୍ରିଭୁବନ ନାଥ

     ପତିତ ଜନଙ୍କ ଭେକ।


ମନର ଭାବନା କରୁଛ ସାକାର

     ଭାବନାରେ ଦେଇ ଫଳ

ଅତୀତକୁ ସ୍ମର ବର୍ତ୍ତମାନେ ବଞ୍ଚ

       ବଢାଇ ମନର ବଳ।


କର୍ମ ଗଢିଥାଏ ନିଜ ନିଜ ଭାଗ୍ୟ

       ଏକଥା ଶିଖାଇ ଥାଅ

ତୁମ ଠାରେ ଯିଏ ଆଶ୍ରୟ ନେଇଛି

       ସହଜେ କୋଳେଇ ନିଅ।


ତୁମେ ଅଛ ପ୍ରଭୁ ସଦ ଭାବନାରେ

      ତୁମେ ଥାଅ ନ୍ୟାୟ ପଥେ

କି ମଧୁର ବାର୍ତ୍ତା ପ୍ରଦାନ କରୁଛ 

       ଚଢି ନନ୍ଦିଘୋଷ ରଥେ।


ଯୁଗ ଯୁଗ ଧରି କାଳିଆ ସାଆନ୍ତ

       ତୁମ ବାନା ଉଡୁଥାଉ

ପତିତ ପାବନ ନାମ ଧନ୍ୟ ହେଉ

       ତୁମ ବାଞ୍ଛା ପୂର୍ଣ୍ଣ ହେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action