STORYMIRROR

Satyanarayan Sahoo

Romance Action

4  

Satyanarayan Sahoo

Romance Action

ଦେଶୀୟା ନାଟ

ଦେଶୀୟା ନାଟ

1 min
369

ଦେଶୀୟା ନାଟ 

ଦେଶୀୟା ନାଟ ଆମର 

 ଲାଗେ କେତେ ମନୋହର

ସୁଲଳିତ ଗୀତ ମୂର୍ଚ୍ଛନା

ରେ ଭରା କଣ୍ଠ ସ୍ବର ।

ଗୀତ ଗାଇ ଗାଇ ଜନେ 

ହଲି ହଲି କରି ନାଟ

ମନ ପ୍ରାଣ କୁ କରି  ନିଅନ୍ତି

ନର୍ତ୍ତକୀ ଉଚ୍ଚାଟ ।

ନାଚନ୍ତି ଆନନ୍ଦେ 

ଉଚ୍ଛୁଳି ତାକ ଧୀନl ଧିନ

ବାଜା ତାଳେ ତାଳେ ନାଚି

ଝୁମି ଝୁମି ଧିନି ଧିନ । 

ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ

ଅଟେ ଆମ ଓଡ଼ିଶା ର

ଆସାମ ର ବିହୁ ନାଚ

ଅଟଇ ସେଇ ପ୍ରକାର ।

ମଣିପୁର ରାଜ୍ୟର 

ମଣି ପୁରୀ ସୁପ୍ରସିଦ୍ଧ

 ନାନା ରାଜ୍ୟ ଲୋକ ନୃତ୍ୟ

ଅଟେ ସିନା ନାନା ବିଦ୍ଧ ।

ମୟୂର ଭଞ୍ଜ ର ଲୋକ

ନୃତ୍ୟ ଜାଣ ଛଉ ନାଚ

ନାଚନ୍ତି ବହୁତ ଧରି

ବହୁ ଅଙ୍ଗ ଭଙ୍ଗୀ ବେଶ ।

ଭଦ୍ରକ ଜିଲ୍ଲା ର ଲୋକ

ନୃତ୍ୟ ଯେ ତାମସା ନାଟ

ଲୋକ କଳା ସଂସ୍କୃତି ରେ

ନିତି ରଖଇ ବୈଶିଷ୍ଟ୍ୟ ।

କେରଳ ର କୁଚିପୁଡ଼ି

ନାଟ କେଡେ ମନୋରମ 

କର୍ଣ୍ଣାଟକ ରାଜ୍ୟର ନୃତ୍ୟ

ନାମ ଭାରତ ନାଟ୍ୟମ ।

ସମ୍ବଲପୁର ର ନାଟ

ଜାଣ ଡାଲଖାଇ ନୃତ୍ୟ

ନର୍ତ୍ତକ ନର୍ତ୍ତକୀ ଗୀତ

ଗାଇ ଗାଇ କରି ନାଟ ।

ଦର୍ଶକ ମାନଙ୍କ ଚିତ୍ତ

ବିମୁଗ୍ଧ କରି ଥାଆନ୍ତି

ଆଦିବାସୀ ସଂସ୍କୃତି ରେ

ବହୁ ବିଦ୍ଧ ନାଚ ଅଛି ।

ଶତ ଶତ ଭାଷା ଭାଷୀ

ସଂସ୍କୃତି , ଆଉ ଚଳଣି

ଲୋକ ଙ୍କ ମଧ୍ଯ ରେ ଏ ନୃତ୍ୟ

ଏକତା ଥାଏ ଆଣି ।



Rate this content
Log in

Similar oriya poem from Romance