ରଜରେ ରଜ
ରଜରେ ରଜ
ରଜରେ ରଜ ଆଣି ଆସୁ ତୁହି କେତେ ମଉଜ
ରସ ହସ ଖୁସି ଖେଳ ଗୀତ ନାଚ ସାଜ ।
ରସାଳ ଗହଳ ପତ୍ରାଚ୍ଛାଦିତ ସୁଶେଯ
ରସ ବାସ ହସ ଦୃଶ୍ୟମୟୀ କେତେ ସାଜ ।
ରଚି ସୁରୁଚିରେ ଦୋଳି ନିରିମାଣ କାର୍ଯ୍ୟ
ରସାଳାପ କରି ବସି ରଜ ଦୋଳି ଶେଯ ।
ରଜ ଗୀତ ଗାଇ ଗାଇ ଆହାକି ସହଜେ
ରତ ରହି ଥାନ୍ତି ଜନେ ସତତ ମଉଜେ ।
ରଚି କୁସୁମ ରୋଷଣୀ ନାନା ଫୁଲ ସାଜି
ରଜ ମଉଜ ମାନନ୍ତି ସର୍ବେ ସୁଖେ ମର୍ଜି ।
ରଜରେ ରଜ ବର୍ଷକୁ ବର୍ଷ ହୋଇ ସଜ
ରଚୁ ଥାଉ କେତେ ନବ ଅଭିନବ ସାଜି ।
ରଙ୍ଗ ବେରଙ୍ଗ କୁସୁମ ମଉସୁମୀ ସଜ
ରହି କରି ଥାନ୍ତି ତୋର ନିରାଜନା କାର୍ଯ୍ୟ ।
ରୂପ ଲାବଣ୍ୟ ରେ ବସୁମତୀ ଉଠେ ରାଜି
ରସର ପୁରବୀ ପ୍ରତି ପ୍ରାଣେ ତୁହି ସ୍ରୁଜି ।
ରୋଧିତ କରାଉ ତୁହି ନିଦାଘର କାର୍ଯ୍ୟ
ରଜରେ ତୁ ଆଣି ଆସୁ ଆହା କି ମଉଜ ।
ରସାଳ ପଣସ ସପୁରୀ ଓ ତାଳ ସଜ
ରସ ମୟୀ କେତେ ସୁସ୍ଵାଦୁ ଫଳ ଭାର ରଜ ।
ରମ୍ୟ ଜ୍ୟୋତି ପ୍ରକାଶରେ ବୃଦ୍ଧି କରିତେଜ
ରଜ ପର୍ବ ଦୋଳି ଝୁଲି ଖେଳି କି ମଉଜ ।

