STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଜାଗ ଶକ୍ତି ବସୁନ୍ଧରା

ଜାଗ ଶକ୍ତି ବସୁନ୍ଧରା

1 min
228


ସରସ ସୁନ୍ଦର ଆନନ୍ଦ ମୁଖର

ଶୁଭ ରଜ ଅବସରେ

ଖେଳି ଉଠୁ ପ୍ରାଣେ ହର୍ଷ ଓ ଉଲ୍ଲାସ 

ସବୁଜିମା ପ୍ରକୃତିରେ ।


ପୁଲକୁ ଜୀବନେ ମୂର୍ଚ୍ଛନା ମଧୁର

ନୃତ୍ଯ ଗୀତ ଛନ୍ଦ ରସ

ସମ୍ଭବୁ ସବୁଜ ସୃଜନ ସ୍ବପନ 

ବରଷୁ ମେଘ ପୀୟୁଷ ।


କରୁ ଆରାଧନା ପୂଜା ଅରଚନା

ଜାଗ ଶକ୍ତି ବସୁନ୍ଧରା

ଶ୍ରମ ସ୍ବେଦ ଧାର ଜଳ ସନ୍ନିଧାନେ

ହୁଅ ମା ଶ୍ଯାମା ଉର୍ବରା ।


ତୁମ ଶୁଭାଶିଷେ ହସି ଉଠୁ ଆମ

କ୍ଷେତରେ ସୁନା ଫସଲ

ବଢୁ ଉତ୍ପାଦନ ପୁଷ୍ଟି ଗୁଣମାନ

ପ୍ରାଣ ହେଉ ସୁଶୀତଳ ।


ପ୍ରବହୁ ସ୍ୱଚ୍ଛନ୍ଦେ ଜୀବନର ସୂତ୍ର 

ମଧୁମୟ ସଙ୍କଳ୍ପନା

ରଜ ଉପଲକ୍ଷେ ଜଣାଉଛି ବନ୍ଧୁ

ହୃଦୟୁ ଶୁଭ କାମନା ।

    


Rate this content
Log in

Similar oriya poem from Action