STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଆତ୍ମା ନନ୍ଦୀଘୋଷେ ଶ୍ରୀ ଜଗନ୍ନାଥ

ଆତ୍ମା ନନ୍ଦୀଘୋଷେ ଶ୍ରୀ ଜଗନ୍ନାଥ

1 min
209


ଅନୁକ୍ଷଣ ଚଳେ ଏ ରଥ ଯାତ

ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ ।


ଇନ୍ଦ୍ରିୟ ସକଳ ବୁଦ୍ଧି ଓ ମନ

ଈଶ୍ଵର  ସେ କରେ ପରିଚାଳନ ।


ଉପାସନା ପୀଠ ଦେହ ମନ୍ଦିର

ଉପେକ୍ଷା ତାହାକୁ କେବେ ନ କର ।


ଉଦ୍ଭଟ୍ଟ ପ୍ରଗଲ୍ଭ ଗଳ୍ପ କୁ ମାନି

ଉଦ୍ଭାନ୍ତ ମଣିଷ ନିରତ ଭ୍ରମି ।


ଋଜୁତା ରଜ୍ଜୁରେ ହୁଏ ବନ୍ଧନ

ଋତ ନଜାଣି ସେ ସହେ କଷଣ ।


ଋଦ୍ଧି ଓ ସମୃଦ୍ଧି ଅବନମନ

ରୁରୁଦ୍ୟମାନ ତା' ଘେନି ଜୀବନ ।


ଏକ ନିଷ୍ଠ ଭାବେ ସେବେ ଈଶ୍ୱର

ଏକାନ୍ତର ଭାବେ ସେ ବାରମ୍ୱାର ।


ଐହିକ ଜୀବନେ ସ୍ୱ -ପ୍ରୟୋଜନେ

ଐଶ୍ୱରିକ ମାୟା ମୋହ ଆଛନ୍ନେ ।


ଓଲିଆ ସଭିଏଁ ଭକତ ଜନେ 

ଓଷା ଓପାସରେ ଆତ୍ମା ପୀଡନେ ।


ଔଚିତ୍ୟ ନ ଚିନ୍ତି ରହନ୍ତି ରତ

ଔତ୍କର୍ଷ୍ୟ ପ୍ରକାଶ ହେବ କେମନ୍ତ ।



Rate this content
Log in

Similar oriya poem from Romance