STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ମହାମିଳନ

ମହାମିଳନ

1 min
11


ମିଳନ ବିଚ୍ଛେଦ        ଆନନ୍ଦ ବିଷାଦ

       ସୃଷ୍ଟିର ନୀତି ନିୟମ,

ସଂଯୋଗେ ଅପୂର୍ବ    ବିୟୋଗେ ଅଭାବ

      ବଦଳି ଚାଲେ ତା' କ୍ରମ।

ସୂର୍ଯ୍ୟଙ୍କ ତନୟା      କୋମଳ ହୃଦୟା

       ନାମ ତାଙ୍କର ତପତି,

ଅନିନ୍ଦ୍ୟ ସୁନ୍ଦରୀ        ରୂପ ଗୁଣ ଶିରୀ   

       ଋଷି ମନ ଭୁଲା କାନ୍ତି।

ସୂର୍ଯ୍ୟ ସମ ପ୍ରଭା     ତନୁ ଲତା ଶୋଭା

      ବିଜୁଳି କନ୍ୟାର ତେଜ,

ସ୍ବର୍ଗର ସେ ଦେବୀ    ତୁଲ୍ୟା କି ମାନବୀ

      ତା' ପାଶେ ହେଲେ ବିରାଜ ?  

ଦିନେ ସେ ତପତି      ଆନନ୍ଦରେ ଅତି

      ଆସିଥିଲେ ଧରାପୃଷ୍ଠେ ,

ପ୍ରକୃତି ସୁଷମା        ଦେଖି ଅନୁପମା  

       ହସ ଭରିଗଲା ଓଠେ।

ମର୍ତ୍ତେ ଅବତରୀ       ଗଙ୍ଗା ସ୍ନାନ କରି  

      ଦେଖିଲେ ବୀର ଯୁବକ,

ଜାହ୍ନବୀର ତୀରେ     ମୃଗୟା ବିହାରେ

       ରହିଛନ୍ତି ଅପଲକ।

ରୂପ ସୌମ୍ୟକାନ୍ତ     ଦେଖି ଭଦ୍ର ଶାନ୍ତ

       ତପତି ଦେଲେ ହୃଦୟ ,

ତାଙ୍କ ପାଶେ ଯାଇ    ନମ୍ରେ ଉଭା ହୋଇ   

      ପଚାରିଲେ ପରିଚୟ।

କହିଲେ ଯୁବକ      ସେ ନରେଶ ଏକ

       ନାମ ତାଙ୍କ ସମ୍ବରଣ,

ଋକ୍ଷ ବଂଶେ ଜାତ    ରାଜ୍ୟ ଆର୍ଯ୍ୟାବର୍ତ୍ତ

       ପୁଛିବାର କି କାରଣ ?

ସୂର୍ଯ୍ୟଦେବ ପୁତ୍ରୀ     ଆସି ମର୍ତ୍ତ୍ୟପୁରୀ

       ହେଲି ପ୍ରେମରେ ଆକୃଷ୍ଟ ,

ପତି ରୂପେ ବରି     ହେଲେ ତୁମ ସ୍ତିରୀ

      ହୋଇବି ନିଶ୍ଚେ ସନ୍ତୁଷ୍ଟ।

ଶୁଣି ସମ୍ଵରଣ        କରିଲେ ବାରଣ

      ଅଟେ ଏ ଯେ ଅସମ୍ଭବ,

ତୁମେ ଦେବୀ ସ୍ବର୍ଗେ   ମୁଁ ମାନବ ଭବେ

      ମିଳନ କିପରି ହେବ ?

ଦେବ ଓ ମାନବ     ମଧ୍ୟେ ପ୍ରେମ ଭାବ   

      ଏକ ଅପୂର୍ବ ସଂଯୋଗ, 

ନାରୀ ପୁରୁଷର      ବନ୍ଧନେ ସଂସାର  

       ପରସ୍ପରେ ଅନୁରାଗ।

ଭାବ ବିନିମୟେ     ଆକୃଷ୍ଟ ଉଭୟେ

      ମନ ମନ ଗଲା ମିଶି,

ଗାନ୍ଧର୍ବ ରୀତିରେ     ତାଙ୍କ ମିଳନରେ

      ପ୍ରକୃତି ଉଠିଲା ହସି।

ଦେବ ମାନବର     ହେଲା ବାହାଘର

       ଅପୂର୍ବ ମହାମିଳନ,

ନବ ଇତିହାସ      ରଚି କଲେ ବାସ

      ଗଢିଲେ ଦିବ୍ୟ ଜୀବନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance