STORYMIRROR

Anita Jena

Abstract Romance

4  

Anita Jena

Abstract Romance

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
270


ପ୍ରଜାପତି ଉଡ଼େ ଆଜି ଜୀବନେ

   ଉତ୍ ଫୁଲ୍ଲ ହୁଏ ମନ ଅଗଣା,

ହୃଦୟ ମୋ ଖୋଜେ ବସି

     ଜହ୍ନ ର ଠିକଣା । 


ପ୍ରଥମ ପ୍ରେମର ପହିଲି ରଙ୍ଗ

    ଦେହେ ମୁଁ ବୋଳି,

ଲାଗୁଛି ଧୀରେ ଧୀରେ ଦୁନିଆକୁ

    ଗଲିଣି ଭୁଲି । 


ଲାଗେ ସବୁ ନୂଆ ନୂଆ 

    ସ୍ବପ୍ନ କରେ ମତୁଆଲା ,

ସଙ୍ଗୀତର ସାତ ସୁର ନୁହେଁ

   ଜଣଙ୍କ ନାମ ଶୁଭେ ସୁରିଲା ।


ହାତ ଠାରି କହେ ଜହ୍ନ ସତେ

     କରୁଛି ସେ ଈର୍ଷା ,

ଲାଜକୁଳୀ ଚେହେରା ପ୍ରିୟାର

   ମେଣ୍ଟାଏ ମନର ତୃଷ୍ଣା ।


ଜହ୍ନ ର ଠିକଣା ପାଇଗଲେ ଥରେ

    ପଚାରିବି ପାଶେ ଯାଇ,

ପ୍ରେମରେ ପଡ଼ିଲେ କାଇଁ ସବୁ

    ରଙ୍ଗୀନ୍ ରଙ୍ଗୀନ୍ ଲଗାଇ ।


ପ୍ରଥମ ପ୍ରେମ ର ବ

ର୍ଷା ରେ 

   ଦେହ ମନ ଯାଏ ଭିଜି,

ଦିନ ରାତି ଭାବନା ରେ ବୁଡି ଯାଏ

    କିଛି ମୁଁ ପାରେନା ବୁଝି ।


ସତେ ପ୍ରେମ ଏକ ନିଆରା ଅନୁଭୂତି

      ହୃଦୟ ହୁଏ ବନ୍ଦୀ,

କେହି ଜଣେ ଭଲ ପାଇବାର

    ଶିକୁଳି ରେ ଦିଏ ଛନ୍ଦୀ । 


ଆଖିର ପଲକ ଝରକା ସେପାଖେ

     ଦିଶି ଯାଏ ତାର ମୁହଁ ,

ନ ଦେଖି ସପନ ତାର 

    କେମିତି ରହିବି କୁହ । 


ଗୋଲାପ ସାଜି ଫୁଟିଛି ସତେ ସେ

    ମୋ ମନ ବଗିଚାରେ ,

ସୁନ୍ଦର୍ ଏକ ତାଜମହଲ ଗଢିଛି

    ଏଇ ମୋ ହୃଦୟ ରେ ।


ପ୍ରଥମ ପ୍ରେମ ସଦା ରହିବ ଜୀବନ୍ତ

      ଜୀବନ ରେ ମୋର,

ଦୁନିଆ ର ସବୁ ଖୁସି ମୁଁ ସାଉଁଟି 

    ପ୍ରିୟାକୁ ଦେବି ଉପହାର ।


Rate this content
Log in

Similar oriya poem from Abstract