ଜହ୍ନ ମାମୁଁ
ଜହ୍ନ ମାମୁଁ
ମିଟି ମିଟି କରି ମା କାଖରେ
ଦେଖୁଥିଲି ଗୋଟେ ମାମୁଁ
କହୁଥିଲା ମା ଦୁର ଆକାଶ ରେ ଥାଇ ସିଏ
ଡାକିଲେ କରଇ ଉଁ।।
ଦିନରେ ଶୁଏ ସେ ସନ୍ଧ୍ୟା ରେ ଉଠେ
ଦୂର ଆକାଶ ର ଘରେ
କୁନି କୁନି ଛୁଆ ଅଝଟ ହେଲେ
ତାରା ମେଳରେ ବୁଲାଇ ମନକୁ ଜିଣେ।।
ଅଳି ଅଝଟ ହେଲେ ମା ଡାକି ନିଏ କହେ ହେଇ
ଦେଖେ ଦେଖୁଛି ମାମୁଁ
ସରଗ ର ଶଶୀ ଆମ ଅଗଣା ରେ ଅଛି
ଇଏ ସେ ଜହ୍ନ ମାମୁଁ।।
ଋଷି ଗଲେ ମାମୁଁ ମାଆ ଡାକ ରେ
ତଳକୁ ଓହ୍ଲାଇ ଆସେ
ପାଠ ନ ବୁଝିଲେ ଶୀତଳ ଯୋଛନା ପ୍ରେରଣା
ମନକୁ ବଳିଷ୍ଠ କରାଇ ହସେ।।
କୁନି କୁନି ପିଲା ଯେତେକ ଅଛ ରେ
ଆସ ମେଳ ହୋଇଯିବା
ଦୂର ଗଗନ ରେ ଜହ୍ନ ମାମୁଁ ଠାରୁ
ନୀରବ ଶାନ୍ତ ବିତରଣ କେମିତି ହୁଏ ଶିଖିବା।।