STORYMIRROR

SIBENDU SARASWATA PANDA

Tragedy Crime Inspirational

3  

SIBENDU SARASWATA PANDA

Tragedy Crime Inspirational

ଝିଅ

ଝିଅ

1 min
212

ଝିଅଟିଏ ନୁହେଁ ଅଭିଶାପଟିଏ

ସାତ ଜନମର ପୁଣ୍ୟ,

ତା'ପାଇଁ ପରା ଏ ପୃଥିବୀ ସମ୍ଭବ

ଯୁଗେ ଯୁଗେ ସିଏ ଧନ୍ୟ।

ମନ ଅଟେ ତା'ର ଅତି ନିରିମଳ

ଯେହ୍ନେ କାଚକେନ୍ଦୁ ପାଣି,

ସମୂର୍ଣ୍ଣ ଘରର ଶୋଭା ସେ ବଢାଏ

ଯେସନ ଅମୂଲ୍ୟ ମଣି।

ଘରର ଶାନ୍ତି ସେ ନର୍କରୁ ମୁକ୍ତି ସେ

ସଭିଙ୍କ ଅଟେ ଜୀବନ,

ବଡ଼ ହୋଇ ସିଏ ଦୁହିତା ସାଜିଣ

ଦୂକୁଳେ ସାଜଇ ପ୍ରାଣ।

ବଧୂ ସାଜି କା'ର କନ୍ୟା ସ୍ଥାନ ନିଏ

ପତ୍ନୀ ସାଜି କାହା ମନ,

କର୍ତ୍ତବ୍ୟରେ କେବେ ହେଳା ସେ କରେନି

ପାଇଲେ ମଧ୍ୟ ସନ୍ତାନ।

ତଥାପି କାହିଁକି ଘନଘନ ଦିଶେ

ଚତୁର୍ଦ୍ଦିଗେ ଭ୍ରୁଣ ହତ୍ୟା,

ପାପୀ ନର ସିଏ ଜାଣିବ ଯେ କେବେ

ସୃଷ୍ଟିକୁ କରେ ସେ ରକ୍ଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy