STORYMIRROR

Mahesweta Panigrahi

Drama Others

3  

Mahesweta Panigrahi

Drama Others

ଝିଅ ଜନମ

ଝିଅ ଜନମ

1 min
181


ଜନମ ମାଟିକୁ ମା ମମତାକୁ

କରି ଦେଇ ସାତ ପର,

ହୁଳହୁଳି ଦିଅ ବାହାରିଲା ଝିଅ

ଯିବ ସେ ଲୋ ଶାଶୁ ଘର।


ଭାଇର ପ୍ରେମକୁ ଭଉଣୀ ସ୍ନେହକୁ

ଦେଲା ସେ ସତେ ଭୁଲାଇ,

ସାଙ୍ଗସାଥି ମେଳ ସଙ୍ଗାତ ବଉଳ

ନଥିବେ ପାଖରେ କେହି।


କି ଲାଗି ମାଆ ଲୋ ଗେଲ ବସରରେ

କରିଥିଲୁ ଆପଣାର,

କାନ୍ଦିବୁ ଏଣିକି ଗୁଣକୁ ବାହୁନି

ଦେଉଛୁ ତୁ ପର ଘର।


କିଏ ସେଠି ଥିବ ନିଜର ଭାବିବ

କରିବ ଆଦର ମୋତେ,

ନିଜ ଲୋକ ହୋଇ ତୁମେ ବନ୍ଧୁ ଭାଇ

ଦେଲ କିଆଁ ପର ହାତେ।


କିଏ ସେ ନିର୍ଦ୍ଦୟୀ ଝିଅ ଜନମକୁ

ଏତେ ସରି କାହିଁ କଲା,

ପର ଘରେ କିବା ମିଳିବ ସେନେହ

ଜୀବ ଥାଉ ଥାଉ ମଲା।


ଏଇ ଗାଆଁ ବିଲ, ଝରଣା ,ପାହାଡ 

ଭୁଲି ଯିବ ନାହିଁ କେବେ,

କୁଣିଆ ପରିକା ଦେଖି ଆସୁଥିବି

ଏ କଥା ମନରେ ଭାବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama