ଝିଅ ଜନମ
ଝିଅ ଜନମ
ଜନମ ମାଟିକୁ ମା ମମତାକୁ
କରି ଦେଇ ସାତ ପର,
ହୁଳହୁଳି ଦିଅ ବାହାରିଲା ଝିଅ
ଯିବ ସେ ଲୋ ଶାଶୁ ଘର।
ଭାଇର ପ୍ରେମକୁ ଭଉଣୀ ସ୍ନେହକୁ
ଦେଲା ସେ ସତେ ଭୁଲାଇ,
ସାଙ୍ଗସାଥି ମେଳ ସଙ୍ଗାତ ବଉଳ
ନଥିବେ ପାଖରେ କେହି।
କି ଲାଗି ମାଆ ଲୋ ଗେଲ ବସରରେ
କରିଥିଲୁ ଆପଣାର,
କାନ୍ଦିବୁ ଏଣିକି ଗୁଣକୁ ବାହୁନି
ଦେଉଛୁ ତୁ ପର ଘର।
କିଏ ସେଠି ଥିବ ନିଜର ଭାବିବ
କରିବ ଆଦର ମୋତେ,
ନିଜ ଲୋକ ହୋଇ ତୁମେ ବନ୍ଧୁ ଭାଇ
ଦେଲ କିଆଁ ପର ହାତେ।
କିଏ ସେ ନିର୍ଦ୍ଦୟୀ ଝିଅ ଜନମକୁ
ଏତେ ସରି କାହିଁ କଲା,
ପର ଘରେ କିବା ମିଳିବ ସେନେହ
ଜୀବ ଥାଉ ଥାଉ ମଲା।
ଏଇ ଗାଆଁ ବିଲ, ଝରଣା ,ପାହାଡ
ଭୁଲି ଯିବ ନାହିଁ କେବେ,
କୁଣିଆ ପରିକା ଦେଖି ଆସୁଥିବି
ଏ କଥା ମନରେ ଭାବେ ।