STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ଝଡ଼..

ଝଡ଼..

1 min
240

ସତରେ,ଶ୍ରାବଣୀ ରାଣୀ..

ତୁ ମେଘ ମୁଁ ବରଷା ଝଡି,

ଝୁମି ଝୁମି ଝରୁ ମେଘ ସଵାରୀରେ

ମୁଁ ପାରୁନି ଆକାଶ ଚଢି,

ଏ ବରଷା ଯାଉଛି ଛାଡି,

ବାଦଲ ସାଥିରେ ରୋଷଣୀ ସାଜୁ ତୁ 

ମୋ ଛାତିରେ ଘଡ ଘଡି,

ମୌସୁମୀ,ତୁ ଥା ମୁଁ ଯାଉଛି ଛାଡି

ତୁ ସିନା ସାଜୁଛୁ ମେଘ ରାଣୀ କିଂତୁ,

ମୁଁ ବାଷ୍ପୀଭୂତ,ପାରୁନି ଝରି,

ତୋ ବିହୁନେ ନାହିଁ ତ ଝଡି..!

ସତରେ,ଝରଣା ରାଣୀ..

ତୁ ଝରିଲେ ତ ନଈ ବଢି,

ଝରି ଝରି ଝରୁ ଝରଣା ସୁଅରେ

ସାଗରେ ଭାଙ୍ଗୁଛି ଲହଡି,

ମୋ ଦେହ ଉତ୍ତପ୍ତ ବେଳା ଭୂମି ତଟ,

ମୋ ବକ୍ଷରେ ଘୋର ରଢ଼ି,

ଶୂନ୍ୟ ମୋ କୋଳ ଶୂନ୍ୟ ଏ ଆକାଶ

ସତେ ହୃଦୟ ଯାଉଛି ଛାଡି,

ଶ୍ୟାମଳୀ,ତୁ ନଈ ମୁଁ ବଞ୍ଜର ଭୂଇଁ,

ତୁ ସିନା ବହୁଛୁ ଅଙ୍କା ବଙ୍କା ହୋଇ,

ମୁଁ ତପ୍ତ ବାଲୁକା ଚାରଣ ଭୂଇଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance