ଝଡ଼..
ଝଡ଼..
ସତରେ,ଶ୍ରାବଣୀ ରାଣୀ..
ତୁ ମେଘ ମୁଁ ବରଷା ଝଡି,
ଝୁମି ଝୁମି ଝରୁ ମେଘ ସଵାରୀରେ
ମୁଁ ପାରୁନି ଆକାଶ ଚଢି,
ଏ ବରଷା ଯାଉଛି ଛାଡି,
ବାଦଲ ସାଥିରେ ରୋଷଣୀ ସାଜୁ ତୁ
ମୋ ଛାତିରେ ଘଡ ଘଡି,
ମୌସୁମୀ,ତୁ ଥା ମୁଁ ଯାଉଛି ଛାଡି
ତୁ ସିନା ସାଜୁଛୁ ମେଘ ରାଣୀ କିଂତୁ,
ମୁଁ ବାଷ୍ପୀଭୂତ,ପାରୁନି ଝରି,
ତୋ ବିହୁନେ ନାହିଁ ତ ଝଡି..!
ସତରେ,ଝରଣା ରାଣୀ..
ତୁ ଝରିଲେ ତ ନଈ ବଢି,
ଝରି ଝରି ଝରୁ ଝରଣା ସୁଅରେ
ସାଗରେ ଭାଙ୍ଗୁଛି ଲହଡି,
ମୋ ଦେହ ଉତ୍ତପ୍ତ ବେଳା ଭୂମି ତଟ,
ମୋ ବକ୍ଷରେ ଘୋର ରଢ଼ି,
ଶୂନ୍ୟ ମୋ କୋଳ ଶୂନ୍ୟ ଏ ଆକାଶ
ସତେ ହୃଦୟ ଯାଉଛି ଛାଡି,
ଶ୍ୟାମଳୀ,ତୁ ନଈ ମୁଁ ବଞ୍ଜର ଭୂଇଁ,
ତୁ ସିନା ବହୁଛୁ ଅଙ୍କା ବଙ୍କା ହୋଇ,
ମୁଁ ତପ୍ତ ବାଲୁକା ଚାରଣ ଭୂଇଁ..!