ଝଡ ଲୀଳା
ଝଡ ଲୀଳା
ମାଡି ଆସେ ପବନର
ବେଗ ତୀବ୍ରତର
ଉଡାଇ ନେଉଛି କାଠି
କୁଟା ଓ ପତର ।
ସୁଉ ସୁଉ ରଡି ଛାଡି
ଥରାଇ ମେଦିନୀ
ମାଡି ଆସେ ଝଡି ବାତ୍ୟା
ଘେନି ଅନିକିନୀ ।
ମୂଷଳ ଧାରାରେ ମେଘ
କଚାଡେ ପ୍ରବଳ
ଘୋଟି ଆସେ ଅନ୍ଧକାର
ଭୀମ ଭୟଙ୍କର ।
ତୁହାକୁ ତୁହା ଯେ ଏବେ
ପଡୁଛି କୁଳିଶ
ଚାଇଁ ଚାଇଁ ବିଜୁଳିର
ଚଞ୍ଚଳ ଝଲକ ।
କମ୍ଫି ଉଠେ ପ୍ରତି ଦୂଦ
ଭୟ ଆଶଙ୍କାରେ
ଭାଙ୍ଗି ପଡେ ଗଛ ବୂଛ
ଘୂର୍ଣ୍ଣି ଝଡ ମାଡେ ।
ମଡ ମଡ ଖଡ ଖଡ
ଚଡ ଚଡ ରବ
ସାଥେ ମିଶେ ବିଘୂଣ୍ଣିତ
ବାତ୍ଯାର ତାଣ୍ତବ ।
ଘୋଅ ଘୋଅ ତୀବ୍ର ନାନେ
କାନର ଅତଡା
ପଡି ଯାଏ ଉଡି ଯାଏ
ଛପର ଓ ନଡା ।
କ୍ରମଶଃ ସୁତୀବ୍ରତର
ବଢି ଚାଲେ ଗତି
ପଶୁ ପକ୍ଷୀ ଜୀବକୂଳ
ଆକୁଳ ହୁଅନ୍ତି ।
ଖାଦ୍ଯ ବସ୍ତ୍ର ବାସ ଛାଡି
ଦଉଡନ୍ତି ଜନେ
ବେଗେ ଯାଇ ବସି ଯିବେ
କେଉଁ ଉଚ୍ଚ ସ୍ଥାନେ।
ଆବାଳ ବୃଦ୍ଧ ବନୀତା
ନିଜେ ନିଜ କଥା
ବୁଝୁ ଥିବା ଚାହିଁ ତୀବ୍ରେ
ଘୁରି ଯାଏ ମଥା ।
ଚାଷୀ ଚାଷ କ୍ଷତି ହେବା
ଓ ଫସଲ ହାନୀ
ଭାଳି ଭାଳି ମନ ଦୁଃଖେ
କରୁଣ ଚାହାଣୀ ।
ସଭିଏ ଭୀଷଣ ଶୋକେ
ଝଡ ର ପ୍ରକୋପେ
ଅଥୟ ଆକୁଳ ଚିର୍ତ୍ତେ
ନିଜ ନିଜ ବାସେ ।
ବଡ ସାନ ଗଛ ଭାଙ୍ଗେ
ମଡ ମଡ ରଡି
ଭୟଙ୍କର ପରିବେଶେ
ମାଡି ଚାଲେ ଝଡି ।
ତୀବ୍ରତର ଗତି ତାର
ମହା ଭୟଙ୍କର
ପ୍ରାଣର ବିକଳେ ସର୍ବେ
ଅଥୟ କାତର ।
