ଜଗତର ନାଥ
ଜଗତର ନାଥ
ଜଗତର ନାଥ ଆହେ ଜଗନ୍ନାଥ
ଭକ୍ତଜନ ପ୍ରାଣ-ବିନ୍ଦୁ
ତୁମେ ପରଂବ୍ରହ୍ମ ନିତ୍ୟ ସନାତନ
କୃପା କର କୃପାସିନ୍ଧୁ
ତୁମେ ହିଁ ତ ସ୍ଥିତି ତୁମେ ହିଁ ବିଲୁପ୍ତି
ତୁମେ ଜଗତ କରତା
ଜୀବରୁ ନିର୍ଜୀବ କୀଟରୁ ମନୁଷ୍ୟ
ତୁମେ ହିଁ ସବୁରି ସ୍ରଷ୍ଟା
ହେ ଚକାନୟନ ଭକ୍ତ-ପ୍ରାଣଧନ
ଆର୍ତ୍ତତ୍ରାଣ ମହାବାହୁ
ଭୂଜ ତଳେ ରଖ ଆହେ ଦେବରାଜ
ଦୁଃଖ ସବୁ ଦୂର ହେଉ
ପ୍ରଭୁ ପୀତବାସ ଭକ୍ତଙ୍କ ବିଶ୍ଵାସ
ଶ୍ରୀକ୍ଷେତ୍ର ବଡ଼ଠାକୁର
ଭାବ ବିନୋଦିଆ ହେ ଚକାଆଖିଆ
ତୁମେ ଥିଲେ ନାହିଁ ଡ଼ର
ତୁମେ ଗଢିଅଛ ଏ ବିଶ୍ଵ ବ୍ରହ୍ମାଣ୍ଡ
ଆକାଶେ ସୂରୁଯ ଜହ୍ନ
ଭକତ ଆଖିରୁ ଝରିଲେ ଲୋତକ
ତୁମେ କାନ୍ଦ , ଭଗବାନ
ଚକ୍ର ଆଢୁଆଳେ ରଖିଥାଅ ପ୍ରଭୁ
ଚରଣେ ଦିଅ ଶରଣ
ବିପଦେ ଆପଦେ ସାହା ହୁଅ ସଦା
ବୁଝି ଭକତଙ୍କ ମନ
ଆଉ କି କହିବି ଅନ୍ତର ବେଦନା
ତୁମେ ପରା ଅନ୍ତର୍ଯ୍ୟାମୀ
ହାତ ଛାଡ଼ି କେବେ କରିବନି ଏକା
ଆହେ ଜଗତର ସ୍ଵାମୀ
ଏତିକି ମୀନତି କରୁଛି ପ୍ରଭୁ ହେ !
କରିବନି କେବେ ପର
ସେ ଚକାଆଖିକୁ ଦେଖିଦେଲେ ଥରେ
ଦୁଃଖ ହୋଇଯାଏ ଦୂର ,,,।
