STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ଜଗତ ଉଦ୍ଧାର ହେଉ

ଜଗତ ଉଦ୍ଧାର ହେଉ

1 min
208


ଦରିଦ୍ର ମଣିଷ କଷଣ ଅତିଷ୍ଠ

ଜଣା ଅଛି ଏବେ ସମାଜର

ପୁରାତନ ହେଉ ଅବା ଆଧୁନିକ

ଗରିବ ମଣିଷ ସବୁରେ ହତାଦର।।


ଧନ ଦୌଲତ ପାଖେ ରଖି ଧନୀ

ଦେଖାଏ ମନର କେତେ ଯେ ଗ୍ଲାନି

ଗର୍ବ ଅହଙ୍କାର ସବୁ ଯେ ତାଙ୍କର

ସତରେ ଦୁର୍ଯ୍ୟୋଧନ ପରି ମନମାନି।।


ମାନବିକତାର ମହତ ପଣିଆ ହଜାଇ 

ଭାବୁଥାଏ ନିଜକୁ ଧନୀକ ବୋଲି 

ଧନ ଦୌଲତ ପ୍ରାଚୁର୍ଯ୍ୟ ସମ୍ପଦ ପାଖେ ରଖି

ସବୁ କଳଙ୍କ ମୁଣ୍ଡେ ଲଦିଥାଏ ଖାଲି।। 


ସମାଜର ସେବା ସମାଜ କଲ୍ୟାଣ

ଦୂରେ ରହି ସବୁ ଭାବନ୍ତି ନିଜର କଥା

ସ୍ଵାର୍ଥପର ସାଜି ସମାଜ ବକ୍ଷରେ‌ 

ଦିଅନ୍ତି ଯେ କଷଣ ର ଲମ୍ବା ବ୍ୟଥା।। 


ଈଶ୍ବରଙ୍କ ପଥ ଅନୁସରି ଚାଲିଲେ ମଣିଷ

ଜଗତ କଲ୍ୟାଣ ଜଗତ ଉଦ୍ଧାର ହେବ

ମାନବର ସେବା ମାଧବଙ୍କ ସେବା 

ମନ ବିବେକ କୁ ବୁଝାଇ କହିବ।।


ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କିବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ।।


ଏ ପଂକ୍ତିର ଉକ୍ତି କେତେ ମୂଲ୍ୟବାନ

ମଣିଷ ବୁଝି କି ବୁଝୁନି ଆଜି

ସ୍ଵାର୍ଥପର ହୋଇ ସ୍ୱାର୍ଥକୁ ଆଦରି

ଅନ୍ୟକୁ ବିପଦେ ପକାଏ ଖୋଜି।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract