ଜଗନ୍ନାଥଙ୍କ ଡୋରୀ
ଜଗନ୍ନାଥଙ୍କ ଡୋରୀ
ଜଗନ୍ନାଥିଆର ଡୋରୀ
ମୋତେ ତ ଲାଗିନି
ଯାଉଛି ଫେରି
କିଆଁ ଯିବି ପୁରୀ l(୧)
ହତଭାଗା ଜଣେ ମୁହିଁ
କି ପାପ କରିଛି ଜାଣଇ ନାହିଁ
ମନେ ଦୁଃଖ ବହି
ମୁଁ ଯିବି କିପରି l(୨)
ମୋ ଆଖିରେ ତାର ଠାଣି
ନାଚି ଉଠେ କଳା ନୟନ ବେନି
ସେ ଶ୍ରୀକ୍ଷେତ୍ର ମଣି,
ତା ଲାଗିନି ଡୋରୀ
ମୁଁ କିଆଁ ଯିବି ପୁରୀ l[୩)
ଯାଅ ମୋର ସଖାମାନେ
ଦୋଷ ଦେବନି ମୋତେ ଅକାରଣେ
ମୁଁ ଝୁରୁଛି ମନେ,
ତା ରୁପକୁ ଘାରି |
ମୁଁ ଯିବି କିପରି
ତାର ଲାଗିନି ଡୋରୀ l[୪)
