ଜେଜେ ବାପା
ଜେଜେ ବାପା
ସ୍ନେହ ଶରଧାର ଅନାବିଳ ଧାର
ଝରାନ୍ତି ନିତି ଅନ୍ତରୁ
ଗୃହ ପରିବାରେ ମୁଖିଆ ଭାବରେ
ସଭିଙ୍କର ସିଏ ଗୁରୁ ।
ସ୍ଥାପନ୍ତି ସେ ଶାନ୍ତି ଦେଖା ଅନ୍ତି ନୀତି
ଆଦର୍ଶ ଉତ୍ତମ ଚିନ୍ତା
ବୟୋଜ୍ୟେଷ୍ଠ ସଭ୍ୟ ଭାବରେ ସେ ମାନ୍ୟ
ହୋଇ ଥାନ୍ତି ଜେଜେ ବାପା ।
ଅଶିତି ପରର ହେଲେ ବି ଶରୀର
କାର୍ଯ୍ୟ କ୍ଷମ ଚଳ ଚଞ୍ଚଳ
ସବୁ ରକମର କାମରେ ନିଜର
ବୁହାଇ ଥାଆନ୍ତି ଝାଳ ।
କହନ୍ତି ସଭିଙ୍କୁ ଲାଗିଲେ କାମକୁ
ଦେହ ମନ ରହେ ସୁସ୍ଥ
ଏଣୁ ଦିନ ରାତି ଲଭନ୍ତି ସେ ଶାନ୍ତି
ରହି ନାନା କର୍ମେ ବ୍ୟସ୍ତ ।
ସକଳେ ବଗିଚା ଘାସ କଟା ବଛା
ପେପର ପଢ଼ିବା ଆଦି
ପଶୁ ପକ୍ଷୀ ପାଇଁ ଖାଦ୍ୟ ଜଳ ଦେଇ
ଠାକୁରଙ୍କୁ ଥାନ୍ତି ପୂଜି ।
ଉପର ବେଳାରେ ବସି ରହି ଘରେ
ଔଷଧ ପତ୍ର ପ୍ରସ୍ତୁତି
ମଣିଷ ଓ ପଶୁ ସମସ୍ତଙ୍କୁ ବହୁ
ରୋଗ ଯନ୍ତ୍ରଣାରୁ ମୁକ୍ତି ।
ଦେବାକୁ ତୁଟୁକା ଔଷଧେ ଚିକିତ୍ସା
ଥାଆନ୍ତି ସେ ନିତି କରି
ତାଙ୍କରି ପଥିରେ ରୋଗ ଯାଏ ଶୀଘ୍ରେ
ସନ୍ଧ୍ୟା ବେଳେ ଶିଶୁ ମେଳି ।
ଜେଜେ ବାପା ଠାରୁ ଆଗ୍ରହରେ ଶୁଣୁ
କେତେ କେତେ ଗପ କଥା
ତାଙ୍କରି ଆଦର୍ଶ ତାଙ୍କ ଉପଦେଶ
ହରି ନିଏ ମନ ବ୍ୟଥା ।