STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଜାଣିଛ କି ?

ଜାଣିଛ କି ?

1 min
11


କଥା କହୁ କହୁ ମୋ ମୁଁହରେ

ଯଉଁ ଲାଲିମା ଉଏଁ

ଜାଣିଛ କି

ସ୍ରୋତ ସ୍ରୋତସ୍ୱିନୀ କିଏ

ତୁମ ମଲ୍ଲୀଫୁଲିଆ ମୁଁହ ଯେବେ ଦିଶିଯାଏ


ଗୀତ ଗୁଣୁଗୁଣୁ ମୋ ଆତ୍ମାରୁ 

ଯେଉଁ ଉଁକାର ଧାଏଁ

ଜାଣିଛ କି

ସ୍ଵର ସଙ୍ଗମ ସରଗମ୍ କିଏ

ତୁମ ଚୁଡିର ରୁଣୁଝୁଣୁ ଯେବେ କାନେ ପଡିଯାଏ


ଚିତ୍ର ଆଙ୍କୁ ଆଙ୍କୁ ମୋ ତୂଳୀରୁ

ଯେଉଁ ଚିତ୍ରକଳ୍ପ ଗାଏ

ଜାଣିଛ କି

ସପ୍ତବର୍ଣ୍ଣି ରଙ୍ଗମହଲର ଉତ୍ସ କିଏ

ତୁମ ଲହଲହକା ଦର୍ଶନ ଯେବେ ପାଏ


କାମ କରୁ କରୁ ମୋ ମନରେ

ଯେଉଁ ତଲ୍ଲୀନତା କହେ

ଜାଣିଛ କି

ଉତ୍ସାହ ଉଦ୍ଦିପନାର ବୀଜମନ୍ତ୍ର କିଏ

ତୁମ ନିସର୍ତ୍ତ ଅର୍ପଣ ସମର୍ପଣ ଯେବେ ଭାଏ


ଯାତ୍ରା କରୁ କରୁ ମୋ ପଥରେ

ଯେଉଁ କର୍ମ ତତ୍ପରତା ପାଏ

ଜାଣିଛ କି

ଅଗ୍ରବିନ୍ଦୁ ସିନ୍ଧୁ ସାମ୍ରାଜ୍ୟ କିଏ

ତୁମ ମହୁଲି ଯୌବନ ଯେବେ କଥା କହେ ।।


Rate this content
Log in

Similar oriya poem from Fantasy