STORYMIRROR

Panchanan Jena

Romance

4  

Panchanan Jena

Romance

ମଧୁର ମିଥ୍ୟା

ମଧୁର ମିଥ୍ୟା

1 min
0

କବିତା - ମଧୁର ମିଥ୍ୟା
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୨-୨୦୨୬
+++++++++++++++++
 ବାହାଘର ଭୋଜିରେ
ଆଶ୍ଚର୍ଯ୍ୟ ଚକିତ ଢଙ୍ଗରେ
ଏଆଡ଼େ ସେଆଡ଼େ ଅନଉ ଅନଉ
ସ୍କୁଲ ବେଳର ସାଙ୍ଗ ସହିତ ଭେଟ ହେଉ ହେଉ
 ହାତକୁ ଛୁଉଁ ଛୁଉଁ ଚୁମୁଟି ଦେଉ ଦେଉ
 କୋଳାକୋଳି ବେଳେ ଆଖି ଝଲସି କହୁ କହୁ
କାନପାଖରେ ଯଦି ଏମିତି ଶୁଭିଯାଏ

 ଇସ୍ କି ଦିଶୁଛ ମୋ ସୁନ୍ଦରୀ ପରୀ
ଦୁଇଟା ଛୁଆର ବୋଉ
 ଯମାରୁ ଲାଗୁନ ମୋ ନଟ ନାଗରୀ

 ଖୁସିର ଲହରୀ ମନ ମୂନ ଚଇତନ ଲଙ୍ଘିଯାଏ
 ଖୁସିର ଗାଗରୀ ତନୁ ବଲ୍ଲରୀ ଛୁଇଁ ଚହଲିଯାଏ
 ଖୁସିର ତରଙ୍ଗ ମୁକ୍ତ ବିହଙ୍ଗ ପରି ଫଡ଼ଫଡାଏ
ଖୁସିର ଉମଙ୍ଗ ମୁଖ ମୟୁଖରେ ମେହେନ୍ଦି ପରି ଉକୁଟିଯାଏ

 ବୋଧହୁଏ ଏହି କ୍ଷଣିକ ମଧୁର ମିଥ୍ୟାର ଝଲକ ହିଁ ଖୁସି
 ବୋଧହୁଏ ଏହି ଅଳିକ ସୁମଧୁର ସ୍ୱରର ପଲକ ହିଁ ଖୁସି
 ବୋଧହୁଏ ଏହି ଆକସ୍ମିକ ସ୍ବପ୍ନିଳ ଶବ୍ଦ ମୂଲକ ହିଁ ଖୁସି


Rate this content
Log in

Similar oriya poem from Romance