ବିକଳ୍ପ ତୁମର
ବିକଳ୍ପ ତୁମର
କବିତା - ବିକଳ୍ପ ତୁମର
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୨-୨୦୨୬
++++++++++++++++
କହିବାର କଥା ନୁହେଁ
ତଥାପି କହିବାକୁ ଦେବୁ କି?
ଶୁଣିବାର କଥା ଯମାରୁ ନୁହେଁ
ତଥାପି ଶୁଣିବାର ଅଭିନୟ କରିବୁ କି ?
ତୁମକୁ ମନେ ମନେ ବହୁତ ଭଲ ପାଉଛି
ପ୍ରତ୍ୟକ୍ଷ ପ୍ରମାଣ ମାଗିବାକୁ ବାଧ୍ୟ କରିବୁ କି ?
ତୁ ବାରିପଟ ସଜ ପନିପରିବା ପରି ଛନଛନ
ତୁ ସାଗ ପଟାଳି ପରି ସବୁଜ କଅଁଳ କନକନ
ତୁ କୁଣ୍ଡରେ ଫୁଟିଲା ଫୁଲ ପରି ହିଁସୁଲି ଯୌବନ
ହାତ ମୁଠାରେ ରଖିଛି ପ୍ରେମପତ୍ର
ତୁ ମୁଠା ଖୋଲିକି ନେବୁ କି ?
ତୁ ଏଇଠି ପଢିବୁ ମନେ ମନେ କି ?
ତୁ ମୁରୁକି ହସିକି କୋଳରେ ଆଉଜି ଯିବୁ କି?
ତୁ ରାଗିକି ବହେ ଗାଳିଦେଇ ତମତମ ଯିବୁ କି ?
ସାଦରେ ପ୍ରସ୍ତାବ ଆମର
ତୁମ ନିକଟରେ ବିକଳ୍ପ ତୁମର
ମାନିନେଲେ ଯୁଗ୍ମ ଜୀବନ ଆରମ୍ଭ ମାତ୍ର
ନ ମାନିଲେ ଭାବିନେବି ଦରଖାସ୍ତ ଅଗ୍ରାର୍ଯ୍ୟ ହେଲା ଅତ୍ର

