STORYMIRROR

Panchanan Jena

Romance

4  

Panchanan Jena

Romance

ସ୍ନେହ ସରୋବର

ସ୍ନେହ ସରୋବର

1 min
0

କବିତା - ସ୍ନେହ ସରୋବର
 ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୨-୨୦୨୬
+++++++++++++++++++
 ଆବେଗରେ ମଲ୍ଲୀଫୁଲିଆ ଗଜରା
ଅନୁରାଗରେ କଇଁଫୁଲିଆ ପସରା
 ତମ ଅନୁପସ୍ଥିତିରେ ମୋତେ ଛୁଇଁ ଦେଇ
 ଆନମନା କରେ ଅସରା ନଖରା

 ପରସରେ ଅପରାଜିତାର ଉଲ୍ଲାସ
ଆଗୋସରେ ରଜନୀଗନ୍ଧାର ସୁବାସ
ତମ ଅଜାଣତରେ ମୋତେ କୋଳେଇ ନେଇ
ବ୍ୟାକୁଳିତ କରେ ସରସ ପରସ

 ଭାବନାରେ ମଧୁମାଳତୀର ରଙ୍ଗରୋଷଣୀ
କାମନାରେ ଡାଳିମ୍ବଫୁଲର ମଧୁର ରାଗିଣୀ
ତମ ଅନୁରକ୍ତିରେ ମୋତେ ମଲେଇ ଖୁଏଇ
ପ୍ରୀତିୠଣୀ କରେ ସରଣୀ ଧରଣୀ

 ନୟନରେ ଚମ୍ପାଫୁଲିଆ ଶୃଙ୍ଗାର
ଇଙ୍ଗିତରେ କାଞ୍ଚନଫୁଲିଆ ଉପହାର
 ତମ ଆବର୍ତ୍ତମାନରେ ମୋତେ ମୌନୀ କରେଇ
ଆଙ୍କିଦିଏ ଭଲ ପାଇବାର ସୁଧା ସ୍ୱାକ୍ଷର

 ରୂପ ଲାବଣ୍ୟରେ ପଦ୍ମଫୁଲିଆ ରଙ୍ଗମହଲ
ଚାଲି ଚଳଣିରେ ମଲ୍ଲୀଫୁଲିଆ ହଲ ଚହଲ
ତମ ଚକାଭଉଁରୀରେ ମୋତେ ଘୁରେଇ ପୁରେଇ
ଫୁଟେଇଦିଏ ସ୍ନେହ ସରୋବର

 ଝଲମଲ ଦେହ ଦେହଳୀରେ ସୋରିଷଫୁଲିଆ ଅମ୍ବର
ଚୂର୍ଣ୍ଣ କୁନ୍ତଳରେ ମନ୍ଦାରଫୁଲିଆ ସ୍ବର୍ଣ୍ଣ ଅଳଙ୍କାର
 ତୁମ ମନ୍ଦ ମନ୍ଦ ପାଦଛନ୍ଦରେ ମୋତେ ଝୁଲେଇ ଭୁଲେଇ
 ଟାଣିପାରେ ଲୁହାକଣ୍ଟା ପରି ମୋତେ ଥରକୁଥର


Rate this content
Log in

Similar oriya poem from Romance