STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସମ୍ୟକ ସମୀକରଣ

ସମ୍ୟକ ସମୀକରଣ

1 min
0

କବିତା - ସମ୍ୟକ ସମୀକରଣ
 ରଚନା - ପଞ୍ଚାନନ ଜେନା
 ତାରିଖ -୨୩-୦୨-୨୦୨୬
++++++++++++++++
 ଗବାକ୍ଷ ଆରପଟେ
 ଦିଗନ୍ତ ବିସ୍ତାରୀ ଈଶ୍ଵରୀୟ ସାମ୍ରାଜ୍ୟ
ଆଉ ଗବାକ୍ଷ ଭିତରେ ଡଙ୍କେଇଛି
ମୋର ଛୋଟକାଟିଆ କରଦ ରାଜ୍ୟ

 ଆରପଟେ ଅନନ୍ତ ଆକାଶ ସମ ଉଡାଣ
ମାପିବାକୁ ପାପୁଲିଏ ସୁକଲ୍ୟାଣ
ଭିତରେ ଭିତରେ ଜହ୍ନରାତିର ଆକଣ୍ଠ ଶୋଷ
 ମୁଠେଇବାକୁ ଆଞ୍ଜୁଳାଏ ଖର ନିଃଶ୍ୱାସ

 ତଥାପି ସାଷ୍ଟାଙ୍ଗ ପ୍ରଣାମୀ ଆମର
 ତଥାପି କରବଦ୍ଧ ମାଗୁଣୀ ଆମର
କାଟିବନି ବିଭାବରୀର ଟିକିଏ ଆୟୁଷ
 କାଟିବନି ଦିଗବଳୟ ଛୁଆଁ ଆକାଶର ବ୍ୟାସ
 ନିଶ୍ଵକର ହେଲେ ହେଁ ତୁ ବି ବିଶ୍ଵ ଦରବାର
 ଦୀନ ହୀନ ଅକିଞ୍ଚନ ହେଲେ ହେଁ
 ତୁ ବି ଦୀନବନ୍ଧୁର ଶେଷ ପାହାଚ ଆଶ୍ୱାସ

 ମାତ୍ର କରୁଅଛି ଅଥଳ ପ୍ରୟାସ
 ଦୟା କରିବୁରେ ମୋ ଈଶ୍ଵର ପୁରୁଷ

 ଗବାକ୍ଷ ବାହାରପଟର ଉଦ୍ଗୀରଣ
ଭିତରପଟର ଉତ୍କଣ୍ଠା ଉତ୍ତରଣ
 ଦୁହିଁଙ୍କ ଭିତରେ ହେଉ ସମ୍ୟକ ସମୀକରଣ


Rate this content
Log in

Similar oriya poem from Inspirational