STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଏଠି ତ ସବୁ ମହଙ୍ଗା

ଏଠି ତ ସବୁ ମହଙ୍ଗା

1 min
0

କବିତା - ଏଠି ତ ସବୁ ମହଙ୍ଗା
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୨-୨୦୨୬
 +++++++++++++++++
 ମୁଠାଏ ସ୍ବପ୍ନ ପାଇଁ ରାତିଟିଏ ଲୋଡ଼ା
 ଏଠି ନିଦ ତ ଭାରି ମହଙ୍ଗା
ଶେଜ ଶୁଙ୍ଘିଲେ ଶରୀର ପାଲଟେ ମଡ଼ା

 କଠାଏ ସ୍କୃତି ପାଇଁ ଜହ୍ନଟିଏ ଲୋଡ଼ା
ଏଠି ଜୋତ୍ସ୍ନା ତ ଭାରି ମହଙ୍ଗା
ଘନ ଅନ୍ଧାରରେ ଘୁଙ୍ଗୁଡି ମାରୁଛି ଅମଲାପଡ଼ା

 ଟିପାଏ ସ୍ନେହ ପାଇଁ ମନଟିଏ ଲୋଡ଼ା
ଏଠି କରୁଣା ତ ଭାରି ମହଙ୍ଗା
ବେଦନା ପଢୁ ପଢୁ ଅସାର ସଂସାର ଅଲୋଡ଼ା

 ଗହୁଣିଏ ପ୍ରେମ ପାଇଁ ହୃଦୟ ଟିଏ ଲୋଡ଼ା
 ଏଠି ଭାବନା ତ ଭାରି ମହଙ୍ଗା
ବାଣ୍ଟୁ ଝାଣ୍ଟୁ ନିଅଣ୍ଟ ପଡ଼େ ଅଧାସିଝା ପତ୍ରପୋଡ଼ା

 ଝଙ୍କାଏ ସୁମନାସ ପାଇଁ ଆତ୍ମାଟିଏ ଲୋଡ଼ା
ଏଠି ସତ୍କାର ତ ଭାରି ମହଙ୍ଗା
ଆମ୍ବ ବଉଳ ପରି ବାସି ଉଠିଲେ ପାଚିଯାଏ ଯୋଡ଼ା

 ବେଲାଏ ଶୁଭେଚ୍ଛା ପାଇଁ ସଂପର୍କ ଟିଏ ଲୋଡ଼ା
ଏଠି ଗୃହସ୍ଥି ତ ଭାରି ମହଙ୍ଗା
 ତେଲ ଲୁଣର ସଂସାର ଭିତରେ ଅନେକ କଚଡ଼ା

 ଆକାଶେ ଶୁଭକାମନା ପାଇଁ ସମର୍ପଣ ଲୋଡ଼ା
 ଏଠି ତ୍ୟାଗ ତ ଭାରି ମହଙ୍ଗା
ତର୍ପଣ ଅର୍ପଣ ସମର୍ପଣ ଲମ୍ବାପଥ ଖସରା ଖସଡ଼ା |


Rate this content
Log in

Similar oriya poem from Tragedy