STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଦେଖି ପାରିବୁ ପରିବର୍ତ୍ତନ

ଦେଖି ପାରିବୁ ପରିବର୍ତ୍ତନ

1 min
1

କବିତା - ଦେଖି ପାରିବୁ ପରିବର୍ତ୍ତନ
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୨-୨୦୨୬
 +++++++++++++++++
 କୋଳାହଳ ମଧ୍ୟେ ନିର୍ଜନତା ଖୋଜିନେବୁ ଆଗ
ଅଭିଯୋଗ ଅପେକ୍ଷା ନିରବତାକୁ ମାନିନେବୁ ସାଙ୍ଗ
ଦେଖି ପାରିବୁ ଆଶୁ ପରିବର୍ତ୍ତନ
ଶବ୍ଦ ଅପେକ୍ଷା ଭାବନା ହେବ ପ୍ରତିଫଳନ
ବାକ୍ୟ ଅପେକ୍ଷା ଚେତନା ଦେବ ଅନୁଶୀଳନ

 କହିବା ଅପେକ୍ଷା ଲେଖିବାକୁ ପ୍ରେରଣା ମାନିବୁ
ରାଗିବା ଅପେକ୍ଷା ମୌନ ରହିବାକୁ ଧାରଣା କରିବୁ
ବୁଝି ପାରିବୁ ଶାନି ପରିବର୍ତ୍ତନ
 ଅବ୍ୟକ୍ତ ଲିପିରେ ଲିପିବଦ୍ଧ ସଂଗ୍ରାମୀ ଆନ୍ଦୋଳନ
ଅକଥ୍ୟ ଭାଷାରେ ଶ୍ରୁତିବଦ୍ଧ ଗଣ୍ଡଗୋଳିଆ ଜ୍ବଳନ

 ତର୍କ ବିତର୍କ ଅପେକ୍ଷା ଲୁହକୁ ସାଙ୍ଗ କରିବୁ
ବାକ୍ ବିତଣ୍ଡା ଅପେକ୍ଷା ତୁଣ୍ଡରେ ତୁଣ୍ଡି ପିନ୍ଧିବୁ
ଅନୁଭବି ପାରିବୁ ତତ୍କାଳିକ ପରିବର୍ତ୍ତନ
କହୁଥିବା ବାକ୍ୟ ଅପେକ୍ଷା ଅଟକିବାରେ ଧୌର୍ଯ୍ୟ
ଅନର୍ଗଳ ତୁର୍ଯ୍ୟନାଦ ଅପେକ୍ଷା ରାଗକୁ ପାଳିବାରେ ସୌର୍ଯ୍ୟ


Rate this content
Log in

Similar oriya poem from Inspirational