STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଆମ ବନ୍ଧୁତ୍ବ

ଆମ ବନ୍ଧୁତ୍ବ

1 min
0

କବିତା -ଆମ ବନ୍ଧୁତ୍ଵ
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୨-୨୦୨୬
++++++++++++++++
 ଆମ ବନ୍ଧୁତ୍ବ
 ମାଗେନାହିଁ ରାଣ ନିୟମର ମନସ୍ତତ୍ବ
 ଯାଚେନାହିଁ ଦେବା ନେବାର ବୋଧିସତ୍ତ୍ୱ

ଆମ ବନ୍ଧୁତ୍ବ
ନୂଆ ସକାଳର ଅରୁଣାରମ୍ଭ ପରି ସ୍ପଠିକତ୍ବ
ନୂଆ ବର୍ଷର ନବାରୁଣ ଅଙ୍କୁର ପରି ନୂତନତ୍ବ

 ଆମ ବନ୍ଧୁତ୍ବ
 ଖୋଜେନାହିଁ ଚିରନ୍ତନ ଅସ୍ମିତା ଅସ୍ତିତ୍ବ
ଲୋଡେନାହିଁ ନିରନ୍ତର ବକ୍ତବ୍ୟ କର୍ତ୍ତୃତ୍ୱ

ଆମ ବନ୍ଧୁତ୍ବ
 ଶୀତ ସକାଳର କୁହୁଡି ମୁକୁଳା ସତୀତ୍ଵ
 ନୀଳ ଉତ୍ତାଳ ତରଙ୍ଗେ ଶାନ୍ତ ପ୍ରଶାନ୍ତ ତତ୍ତ୍ଵ

 ଆମ ବନ୍ଧୁତ୍ବ
ନା ମାନେ ଉଚ୍ଚନୀଚ ଜାତି ଭେଦଭାବ
ନା କାନେ କାନେ କହେ କଳୁଷ କଳରବ
ମନ ଦର୍ପଣରେ ଯେବେ ଝଲସେ ପ୍ରତିଛବି
ଆତ୍ମା ଅର୍ପଣରେ ଯେବେ ପରେସେ ଛାୟାଛବି
ଜୀବନ ହୋଇଉଠେ ସରସ ସୁନ୍ଦର ଦାସତ୍ବ

 ଆମ ବନ୍ଧୁତ୍ବ
ନା ମାନେ ଦୟା ମାୟା ମୋହ ସଂସାର
ନା ଦେଖେ ଭାଇ ଭଗାରୀ ସହୋଦର
 ମନ ସିଲଟରେ ଗାରେଇ ଅବୋଧ ବର୍ଣ୍ଣବୋଧ
ମନ ମଲାଟରେ ବାନ୍ଧେଇ ସବୁ ଇନ୍ଧନ ନିର୍ବିରୋଧ
 ଜୀବନ ହୁଏ ବିଶ୍ୱାସ ଡୋରୀରେ ବିଶ୍ଵଭାତୃତ୍ବ


Rate this content
Log in

Similar oriya poem from Inspirational